ୟେମନର ହୁତି ଶିବିର ଉପରେ ଇସ୍ରାଏଲ୍‌ର ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ବିମାନ ୟେମନର ହୁଦାୟଦା ସହର ଉପରେ ଜୋରଦାର ଆକ୍ରମଣ କରିଛି। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ଜଣ ଆହତ‌ ହୋଇଛନ୍ତି। ଦୁଇଦିନ ପୂର୍ବେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ତେଲ୍‌ ଆଭିଭ ଉପରେ ଡ୍ରୋନ୍‌ ଆକ୍ରମଣ କରିଥିଲେ। ଏଥିରେ ଜଣେ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବରେ ୟେମନରେ ଥିବା ହୁତି ବିଦ୍ରୋହୀଙ୍କ ଆଡ଼ା ଉପରେ ଇସ୍ରାଏଲ ଜୋରଦାର ଆକ୍ରମଣ କରିଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆକ୍ରମଣ […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ବିମାନ ୟେମନର ହୁଦାୟଦା ସହର ଉପରେ ଜୋରଦାର ଆକ୍ରମଣ କରିଛି। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ଜଣ ଆହତ‌ ହୋଇଛନ୍ତି। ଦୁଇଦିନ ପୂର୍ବେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ତେଲ୍‌ ଆଭିଭ ଉପରେ ଡ୍ରୋନ୍‌ ଆକ୍ରମଣ କରିଥିଲେ। ଏଥିରେ ଜଣେ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବରେ ୟେମନରେ ଥିବା ହୁତି ବିଦ୍ରୋହୀଙ୍କ ଆଡ଼ା ଉପରେ ଇସ୍ରାଏଲ ଜୋରଦାର ଆକ୍ରମଣ କରିଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆକ୍ରମଣ ସମ୍ପର୍କରେ ସୂଚନା ଦେଇକହିଛନ୍ତି, ଏକ ସ୍ବତନ୍ତ୍ର ସାମରିକ ଅଭିଯାନରେ ଇସ୍ରାଏଲ୍‌ର ଯୁଦ୍ଧବିମାନ ଦେଶର ସୀମା ଠାରୁ ୧୮୦୦ କିମି ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିଛି। ଏହି ଅଭିଯାନ ଦ୍ବାରା ଶତ୍ରୁଙ୍କୁ ଇସ୍ରାଏଲ ଚେତାଇଦେଇଛି ଯେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠିକୁ ଇସ୍ରାଏଲ୍‌ ରାଷ୍ଟ୍ରର ପ୍ରସାରିତ ବାହୁ ପହଞ୍ଚିପାରିବ ନାହିଁ। ଆଇଡିଏଫ୍‌ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ଲୋହିତ ସାଗରର ୟେମନ ବନ୍ଦରକୁ ଟାର୍ଗେଟ୍‌ କରାଯାଇଛି। ଏହି ବନ୍ଦର ହୁତି ବିଦ୍ରୋହୀଙ୍କ ନିମନ୍ତେ ଇରାନ ଅସ୍ତ୍ରଶସ୍ତ୍ର ଯୋଗାଣର ପ୍ରମୁଖ ମାଧ୍ୟମ ଥିଲା।

Tags: