ୟେଦିରୁପ୍ପାଙ୍କ ବାସଭବନ ଉପରକୁ ପଥର ମାଡ଼

ବେଙ୍ଗାଲୁରୁ, ୨୭/୩ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୁପ୍ପାଙ୍କ ବାସଭବନ ବାହାରେ ଆଜି ବଡ଼ ଧରଣର ଆନ୍ଦୋଳନ ହୋଇଛି ଏବଂ ତାଙ୍କ ଘର ଉପରେ ପଥର ମାଡ଼ ‌ହୋଇଛି। କର୍ଣ୍ଣାଟକର ଶିବମୋଗା ଜିଲ୍ଲା ସ୍ଥିତ ୟେଦିରୁପ୍ପାଙ୍କ ବାସଭବନ ବାହାରେ ଆଜି ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଅନୁସୂଚିତ ଜାତି ସଂରକ୍ଷଣ ସଂକ୍ରାନ୍ତରେ କର୍ଣ୍ଣାଟକ ସରକାର ନିକଟରେ ନେଇଥିବା ଏକ ନି‌ଷ୍ପତ୍ତିକୁ ବିରୋଧ କରି ଆଜି ବଂଜାରା ସମ୍ପ୍ରଦାୟର ଶତାଧିକ ଲୋକ ଏହି ଆନ୍ଦୋଳନ କରିଥିଲେ ଏବଂ […]

Samaya Live Picture
Published On

ବେଙ୍ଗାଲୁରୁ, ୨୭/୩ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୁପ୍ପାଙ୍କ ବାସଭବନ ବାହାରେ ଆଜି ବଡ଼ ଧରଣର ଆନ୍ଦୋଳନ ହୋଇଛି ଏବଂ ତାଙ୍କ ଘର ଉପରେ ପଥର ମାଡ଼ ‌ହୋଇଛି। କର୍ଣ୍ଣାଟକର ଶିବମୋଗା ଜିଲ୍ଲା ସ୍ଥିତ ୟେଦିରୁପ୍ପାଙ୍କ ବାସଭବନ ବାହାରେ ଆଜି ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଅନୁସୂଚିତ ଜାତି ସଂରକ୍ଷଣ ସଂକ୍ରାନ୍ତରେ କର୍ଣ୍ଣାଟକ ସରକାର ନିକଟରେ ନେଇଥିବା ଏକ ନି‌ଷ୍ପତ୍ତିକୁ ବିରୋଧ କରି ଆଜି ବଂଜାରା ସମ୍ପ୍ରଦାୟର ଶତାଧିକ ଲୋକ ଏହି ଆନ୍ଦୋଳନ କରିଥିଲେ ଏବଂ ୟେଦିରୁପ୍ପାଙ୍କ ଘର ଉପରେ ଢେଲା ପଥର ମାଡ଼ କରିଥିଲେ।

Tags: