ୟୁସିସି ପାଇଁ କ’ଣ ପ୍ରସ୍ତାବ ରହିଛି ମୋଦୀ ଦେଶବାସୀଙ୍କୁ ଜଣାନ୍ତୁ: ସିବଲ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଶନିବାର ଦିନ କହିଛନ୍ତି, ସମାନ ନାଗରିକ ସଂହିତା (ୟୁସିସି) ପାଇଁ ପ୍ରସ୍ତାବ କ’ଣ ରହିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅବଗତ କରିବା ଉଚିତ। ସିବଲ କହିଛନ୍ତି, ମୋଦୀ କେଉଁ କ୍ଷେତ୍ରରେ ସମାନତା ଚାହୁଛନ୍ତି ଏବଂ ୟୁସିସି ପାଇଁ କେଉଁ ସବୁ ପ୍ରସ୍ତାବ ସରକାର ଯୋଜନା କରିଛନ୍ତି ତାହା ମୋଦୀ ପ୍ରଥମେ ଦେଶବାସୀଙ୍କୁ ଜଣାନ୍ତୁ। ପ୍ରସ୍ତାବ ନଆସିବା ପର୍ଯ୍ୟନ୍ତ ୟୁସିସି ପ୍ରସଙ୍ଗରେ ଆଲୋଚନାର […]

Samaya Live Picture
Published On

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଶନିବାର ଦିନ କହିଛନ୍ତି, ସମାନ ନାଗରିକ ସଂହିତା (ୟୁସିସି) ପାଇଁ ପ୍ରସ୍ତାବ କ’ଣ ରହିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅବଗତ କରିବା ଉଚିତ। ସିବଲ କହିଛନ୍ତି, ମୋଦୀ କେଉଁ କ୍ଷେତ୍ରରେ ସମାନତା ଚାହୁଛନ୍ତି ଏବଂ ୟୁସିସି ପାଇଁ କେଉଁ ସବୁ ପ୍ରସ୍ତାବ ସରକାର ଯୋଜନା କରିଛନ୍ତି ତାହା ମୋଦୀ ପ୍ରଥମେ ଦେଶବାସୀଙ୍କୁ ଜଣାନ୍ତୁ। ପ୍ରସ୍ତାବ ନଆସିବା ପର୍ଯ୍ୟନ୍ତ ୟୁସିସି ପ୍ରସଙ୍ଗରେ ଆଲୋଚନାର କିଛି ଆବଶ୍ୟକତା ନାହିଁ। ସିବଲ କହିଛନ୍ତି, ଉତ୍ତରାଖଣ୍ଡର ୟୁସିସି ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇପାରିବନି। ଲୋକମାନେ ଆଇନ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ଭାବେ ଅବଗତ ନାହାନ୍ତି। ଅନ୍ୟପକ୍ଷେ କଂଗ୍ରେସ ଏହି ପ୍ରସଙ୍ଗରେ ଆଜି ସଂସଦୀୟ କମିଟି ବୈଠକ କରିଛି।

Tags: