ୟୁପି, ବିହାରରେ ପ୍ରବଳ ଶୀତ ଲହରୀ, ୧୦ ମୃତ, ୬୦ ଟ୍ରେନ୍ ପ୍ରଭାବିତ
Dନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଶୂନ୍ୟକୁ ଖସି ଆସିଥିବା ବେଳେ୧୫ଟି ବିମାନ ବାତିଲ କରାଯାଇଛି। ୧୮୦ରୁ ଅଧିକ ବିମାନ ବିଳମ୍ବ ହୋଇଛି। କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦିଲ୍ଲୀରୁ ଆସୁଥିବା ୬୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି। ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଉତ୍ତର ଭାରତରେ ଶୀତର ପ୍ରଭାବ ତୀବ୍ର ହେବାରେ […]
Dନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଶୂନ୍ୟକୁ ଖସି ଆସିଥିବା ବେଳେ୧୫ଟି ବିମାନ ବାତିଲ କରାଯାଇଛି। ୧୮୦ରୁ ଅଧିକ ବିମାନ ବିଳମ୍ବ ହୋଇଛି। କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦିଲ୍ଲୀରୁ ଆସୁଥିବା ୬୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି। ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଉତ୍ତର ଭାରତରେ ଶୀତର ପ୍ରଭାବ ତୀବ୍ର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ୮ ଜଣ ଏବଂ ବିହାରରେ ୨ ଜଣ ପ୍ରାଣ ହରାଇଛନ୍ତି। ଗତ ଶନିବାର ଦିଲ୍ଲୀରେ ଅଭୂତପୂର୍ବ ୯ ଘଣ୍ଟାର ଶୂନ୍ୟ ଦୃଶ୍ୟମାନତା ଅବଧି ଦେଖିବାକୁ ମିଳିଥିଲା, ଯାହା ଚଳିତ ଶୀତ ଋତୁର ସବୁଠାରୁ ଲମ୍ବା ଥିଲା। ଆଜି ସକାଳ ୮ଟାରେ ଆଇଜିଆଇ ବିମାନବନ୍ଦରରେ ଦୃଶ୍ୟମାନତା ସାମାନ୍ୟ ବୃଦ୍ଧି ପାଇ ୫୦ ମିଟରରେ ପହଞ୍ଚିଥିଲା। ଭୋର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଶୂନ୍ୟ ଦୃଶ୍ୟମାନତା ଦେଖିବାକୁ ମିଳିଥିଲା।
ଗତକାଲିର ୯ ଘଣ୍ଟାର ଶୂନ୍ୟ ଦୃଶ୍ୟମାନତା ତୁଳନାରେ ଆଇଜିଆଇ ବିମାନ ବନ୍ଦରରେ ଆଜି ୪ ଘଣ୍ଟା ଶୂନ୍ୟ ଦୃଶ୍ୟମାନତା ଦେଖିବାକୁ ମିଳିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ସକାଳ ସାଢ଼େ ୮ଟାରେ ସଫଦରଜଙ୍ଗ ଷ୍ଟେସନରୁ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ରବିବାର ସକାଳ ସାଢ଼େ ୫ଟାରେ ପାରଦ ୧୦ ଡିଗ୍ରି ସେଲସିୟସକୁ ଖସି ଆସିଥିବା ବେଳେ ଶନିବାର ଏହି ସମୟରେ ତାପମାତ୍ରା ୧୦.୨ ଡିଗ୍ରି ସେଲସିୟସ ରହିଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀର ପ୍ରଦୂଷଣ ସ୍ତର ‘ ଅତି ଖରାପ’ଶ୍ରେଣୀରେ ରହିଛି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସକାଳ ୬ଟା ସୁଦ୍ଧା ୩୭୭ ରହିଛି।




