ୟୁପି କଂଗ୍ରେସ ସାଂସଦଙ୍କୁ ସାମ୍ବା‌ଦିକ ସମ୍ମିଳନୀରୁ ଗିରଫ କଲା ପୁଲିସ

ସୀତାପୁରୁ: ସୀତାପୁର ଲୋକସଭା ଆସନର କଂଗ୍ରେସ ସାଂସଦ ରାକେଶ ରାଠୋରଙ୍କୁ ଆଜି ଅତ୍ୟନ୍ତ ଅପ୍ରତ୍ୟାଶିତ ଢଙ୍ଗରେ ଗିରଫ କରିଛି। ସାଂସଦ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ପୁଲିସ ତାଙ୍କୁ ଗିରଫ କରିଛି। ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରାକେଶ ରାଠୋରଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିବା ପରେ ସେ ଆଜି ଘରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ହିଁ ପୁଲିସ ଅଭିଯୁକ୍ତ ସାଂସଦଙ୍କୁ ହେପାଜତକୁ ନେଇଥିବା ଜଣାଯାଇଛି। ରାକେଶ ରାଠୋର ହାଇକୋର୍ଟର […]

Samaya Live Picture
Published On

ସୀତାପୁରୁ: ସୀତାପୁର ଲୋକସଭା ଆସନର କଂଗ୍ରେସ ସାଂସଦ ରାକେଶ ରାଠୋରଙ୍କୁ ଆଜି ଅତ୍ୟନ୍ତ ଅପ୍ରତ୍ୟାଶିତ ଢଙ୍ଗରେ ଗିରଫ କରିଛି। ସାଂସଦ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ପୁଲିସ ତାଙ୍କୁ ଗିରଫ କରିଛି। ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରାକେଶ ରାଠୋରଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିବା ପରେ ସେ ଆଜି ଘରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ହିଁ ପୁଲିସ ଅଭିଯୁକ୍ତ ସାଂସଦଙ୍କୁ ହେପାଜତକୁ ନେଇଥିବା ଜଣାଯାଇଛି। ରାକେଶ ରାଠୋର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଆବେଦନକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ସ୍ପଷ୍ଟ ଭାବରେ କହିଥିଲେ। ଶୁଣାଣି ସମୟରେ ରାକେଶଙ୍କ ଓକିଲ କହିଥିଲେ ଯେ, ପୀଡ଼ିତାଙ୍କ ବୟାନ ମୁତାବକ ୪ବର୍ଷ ତଳେ ଦୁଷ୍କର୍ମ ହୋଇଥିଲା। କିନ୍ତୁ ଏବେ ସେ ଏହି ଅଭିଯୋଗ କରୁଛନ୍ତି। ଏସବୁ ମୋ ମହକିଲଙ୍କୁ ଫସାଇବାକୁ କରାଯାଉଛି।

Tags: