ୟୁପିରେ ୪୦ ଅବିବାହିତ ଝିଅଙ୍କୁ ଗର୍ଭବତୀ ଦର୍ଶାଇ ସରକାରୀ ଲାଭ ଉଠାଉଥିଲେ ଅଙ୍କନବାଡ଼ି କର୍ମୀ

ବାରାଣସୀ: ଉତ୍ତରପ୍ରଦେଶର ବାରାଣସୀରେ ଜଣେ ଅଙ୍ଗନବାଡ଼ି କର୍ମୀ ୪୦ ଜଣ ଅବିବାହିତ ଝିଅଙ୍କୁ ଗର୍ଭବତୀ ବୋଲି ଦର୍ଶାଇ ‘ପୋଷଣ ଟ୍ରାକର’ ଯୋଜନାର ଲାଭ ହଡ଼ପ କରିଥିବା ଅଭିଯୋଗ ହୋଇଛି। ନିକଟରେ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ଝିଅମାନଙ୍କୁ ଏକ ଅପ୍ରତ୍ୟାଶିତ ବାର୍ତ୍ତା ପଠାଇଥିଲା। ସେମାନେ ସ୍ତନ୍ୟପାନ କରାଉଥିବା ମା’ ବୋଲି ଦାବି କରୁଥିବା ଏହି ବାର୍ତ୍ତାରେ ‘ପୋଷଣ ଟ୍ରାକର’ କାର୍ଯ୍ୟକ୍ରମ ଅଧୀନରେ ଉପଲବ୍ଧ ସୁବିଧା ବିଷୟରେ ଉଲ୍ଲେଖ କରାଯାଇଥିଲା। ଏଥିରେ ରନ୍ଧା ଖାଦ୍ୟ, ରାସନ, କାଉନସେଲିଂ, ସ୍ୱାସ୍ଥ୍ୟ […]

Samaya Live Picture
Published On

ବାରାଣସୀ: ଉତ୍ତରପ୍ରଦେଶର ବାରାଣସୀରେ ଜଣେ ଅଙ୍ଗନବାଡ଼ି କର୍ମୀ ୪୦ ଜଣ ଅବିବାହିତ ଝିଅଙ୍କୁ ଗର୍ଭବତୀ ବୋଲି ଦର୍ଶାଇ ‘ପୋଷଣ ଟ୍ରାକର’ ଯୋଜନାର ଲାଭ ହଡ଼ପ କରିଥିବା ଅଭିଯୋଗ ହୋଇଛି। ନିକଟରେ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ଝିଅମାନଙ୍କୁ ଏକ ଅପ୍ରତ୍ୟାଶିତ ବାର୍ତ୍ତା ପଠାଇଥିଲା। ସେମାନେ ସ୍ତନ୍ୟପାନ କରାଉଥିବା ମା’ ବୋଲି ଦାବି କରୁଥିବା ଏହି ବାର୍ତ୍ତାରେ ‘ପୋଷଣ ଟ୍ରାକର’ କାର୍ଯ୍ୟକ୍ରମ ଅଧୀନରେ ଉପଲବ୍ଧ ସୁବିଧା ବିଷୟରେ ଉଲ୍ଲେଖ କରାଯାଇଥିଲା। ଏଥିରେ ରନ୍ଧା ଖାଦ୍ୟ, ରାସନ, କାଉନସେଲିଂ, ସ୍ୱାସ୍ଥ୍ୟ ତଦାରଖ ଓ ଗୃହ ପରିଦର୍ଶନ ମାଧ୍ୟମରେ ସ୍ତନ୍ୟପାନ ସହାୟତା ଭଳି ସେବା ଉପଲବ୍ଧ ବୋଲି ଦର୍ଶାଯାଇଥିଲା। ଫଳରେ ଏଭଳି ବାର୍ତ୍ତା ବାଳିକା ପରିବାରଗୁଡ଼ିକୁ ଆଶ୍ଚର୍ଯ୍ୟ ଓ କ୍ରୋଧାନ୍ବିତ କରିଥିଲା। ପରିବାର ଲୋକେ ଅଙ୍ଗନବାଡ଼ି କର୍ମୀ ସୁମନଲତାଙ୍କୁ ପଚାରିବାରୁ ସେ ଆତ୍ମରକ୍ଷାମୂଳକ ପ୍ରତିକ୍ରିୟା ରଖିଥିଲେ। ଫଳରେ ସେମାନେ ଗାଁ ମୁଖିଆଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ସୁମନଲତା ପୂର୍ବରୁ ଏହି ଝିଅମାନଙ୍କଠାରୁ ଭୋଟର ପରିଚୟପତ୍ର ସହିତ ଲିଙ୍କ କରିଦେବା ନାଁରେ ଆଧାର କାର୍ଡର ଫଟୋକପି ସଂଗ୍ରହ କରିଥିଲେ। ତେବେ ସେ ଆଧାର ବିବରଣୀକୁ ବ୍ୟବହାର କରି ସେମାନଙ୍କୁ ଗର୍ଭବତୀ ବୋଲି ପଞ୍ଜୀକୃତ କରାଇବା ସହ ସରକାର ଯୋଗାଉଥିବା ପୋଷଣ ସମ୍ବଳକୁ ହଡ଼ପ କରିବାକୁ ଚାହୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ହିମାଂଶୁ ନାଗପାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Tags: