ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି

ନୂଆଦିଲ୍ଲୀ: ୟୁପିଏସ୍‌ସି (ୟୁନିଅନ ପବ୍ଲିକ ସର୍ଭିସ କମିସନ୍‌) ଅଧ୍ୟକ୍ଷ ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ପୂରିବାକୁ ଆଉ ୫ ବର୍ଷ ବାକି ଥିବାବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରସିଦ୍ଧ ଶିକ୍ଷାବିତ୍‌ ମନୋଜ ସୋନି ୨୦୧୭ ଜୁନ୍‌ ୨୮ରେ ୟୁପିଏସ୍‌ସି ସଦସ୍ୟ ଭାବେ ଦାୟିତ୍ବ ନେଇଥିଲେ। ୨୦୨୩ ମେ’ ୧୬ ତାରିଖରେ ସେ ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୯ ମେ’ ୧୫ରେ […]

Samaya Live Picture
Published On

ନୂଆଦିଲ୍ଲୀ: ୟୁପିଏସ୍‌ସି (ୟୁନିଅନ ପବ୍ଲିକ ସର୍ଭିସ କମିସନ୍‌) ଅଧ୍ୟକ୍ଷ ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ପୂରିବାକୁ ଆଉ ୫ ବର୍ଷ ବାକି ଥିବାବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରସିଦ୍ଧ ଶିକ୍ଷାବିତ୍‌ ମନୋଜ ସୋନି ୨୦୧୭ ଜୁନ୍‌ ୨୮ରେ ୟୁପିଏସ୍‌ସି ସଦସ୍ୟ ଭାବେ ଦାୟିତ୍ବ ନେଇଥିଲେ। ୨୦୨୩ ମେ’ ୧୬ ତାରିଖରେ ସେ ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୯ ମେ’ ୧୫ରେ ଶେଷ ହୋଇଥାନ୍ତା । କିନ୍ତୁ ୫ ବର୍ଷ ପୂର୍ବରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସରକାରୀ ଦାୟିତ୍ବରୁ ଅବ୍ୟହାତି ନେବା ପରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟରେ ସୋନି ଅଧିକ ସମୟ ଦେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Tags: