ୟୁପିଆଇ ବ୍ୟବହାର କରି ଭାରତରେ ପରିବା କିଣିଲେ ଜର୍ମାନ ମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟମାନେ ଅତି ଦ୍ରୁତ ଗତିରେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାକୁ ଆପଣାଇ ଭାରତୀୟ ଅର୍ଥନୀତିରେ ଏକ ବଡ଼ ଧରଣର ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଜିପେ, ପେଟିଏମ୍, ଫୋନ୍ପେ ଏବଂ ଅନ୍ୟ ସବୁ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାର ବ୍ୟବହାର କରି ଭାରତୀୟ ମାନେ ଉଭୟ ଅନ୍ଲାଇନ୍ ଏବଂ ଅଫଲାଇନ୍ରେ ଜିନିଷ କିଣୁଛନ୍ତି। ତେବେ ଖାଲି ଭାରତୀୟ କାହିଁକି ନିକଟରେ ଭାରତ ଗସ୍ତରେ ଆସିଥିବା ଜଣେ ଜର୍ମାନ ମନ୍ତ୍ରୀ ବି ଭାରତରେ ୟୁପିଆଇ ପେମେଣ୍ଟ୍ ବ୍ୟବସ୍ଥାର ବ୍ୟବହାର କରି ପରିବା […]
ନୂଆଦିଲ୍ଲୀ: ଭାରତୀୟମାନେ ଅତି ଦ୍ରୁତ ଗତିରେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାକୁ ଆପଣାଇ ଭାରତୀୟ ଅର୍ଥନୀତିରେ ଏକ ବଡ଼ ଧରଣର ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଜିପେ, ପେଟିଏମ୍, ଫୋନ୍ପେ ଏବଂ ଅନ୍ୟ ସବୁ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାର ବ୍ୟବହାର କରି ଭାରତୀୟ ମାନେ ଉଭୟ ଅନ୍ଲାଇନ୍ ଏବଂ ଅଫଲାଇନ୍ରେ ଜିନିଷ କିଣୁଛନ୍ତି। ତେବେ ଖାଲି ଭାରତୀୟ କାହିଁକି ନିକଟରେ ଭାରତ ଗସ୍ତରେ ଆସିଥିବା ଜଣେ ଜର୍ମାନ ମନ୍ତ୍ରୀ ବି ଭାରତରେ ୟୁପିଆଇ ପେମେଣ୍ଟ୍ ବ୍ୟବସ୍ଥାର ବ୍ୟବହାର କରି ପରିବା କିଣିଛନ୍ତି। ଜର୍ମାନୀର ଡିଜିଟାଲ୍ ଏବଂ ଟ୍ରାନ୍ସପୋର୍ଟ ମନ୍ତ୍ରୀ ଭୋଲ୍କର ୱିସିଙ୍ଗ ନିକଟରେ ଭାରତରେ ଏକ ବଜାରରୁ ପରିବା କିଣିଛନ୍ତି। ପରିବା କିଣିବାପାଇଁ ଜର୍ମାନ ମନ୍ତ୍ରୀ ୟୁପିଆଇ ପେମେଣ୍ଟ୍ ବ୍ୟବସ୍ଥାର ବ୍ୟବହାର କରିଛନ୍ତି ଏବଂ ଅତି ସହଜରେ ୟୁପିଆଇ ଦ୍ବାରା ଗୋଟିଏ ସେକେଣ୍ଡ୍ରେ ପେମେଣ୍ଟ୍ ହେଉଥିବା ଦେଖି ମନ୍ତ୍ରୀ ଖୁସି ବ୍ୟକ୍ତି କରିଛନ୍ତି। ଭାରତର ଡିଜିଟାଲ ଭିତ୍ତିଭୂମିକୁ ଏଥିପାଇଁ ଭାରତରେ ଥିବା ଜର୍ମାନ ଦୂତାବାସ ପକ୍ଷରୁ ଦୃଢ଼ ପ୍ରଶଂସା କରାଯାଇଛି। ମନ୍ତ୍ରୀ ୱିସିଙ୍ଗ ୟୁପିଆଇ ବ୍ୟବହାର କରି ପରିବା କିଣୁଥିବାର ଫଟୋ ଏବଂ ଭିଡିଓ ପୋଷ୍ଟ୍ କରି ଜର୍ମାନ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ‘ ଭାରତର ଏକ ସଫଳ କାହାଣୀ ହେଉଛି ଡିଜିଟାଲ୍ ଭିତ୍ତିଭୂମି।




