ୟୁଟ୍ୟୁବ୍ରେ ଅଶ୍ଳୀଳ ବିଷୟବସ୍ତୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ୍
ନୂଆଦିଲ୍ଲୀ: ଅନଲାଇନ ପ୍ଲାଟଫର୍ମରେ ନିୟମ ଅଭାବ ଦ୍ବାରା ୟୁଟ୍ୟୁବରମାନେ ଏହାର ଅପବ୍ୟବହାର କରୁଛନ୍ତି। ଏଥିପାଇଁ କିଛି କରିବାର ଆବଶ୍ୟକତା ଅଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ ନିକଟରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏତଲା ରୁଜୁ ହୋଇଥିବାବେଳେ ସେ ସମସ୍ତ ଏତଲାକୁ ଏକାଠି କରିବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଆଜି କୋର୍ଟ ଶୁଣାଣି କରିବାପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, […]
ନୂଆଦିଲ୍ଲୀ: ଅନଲାଇନ ପ୍ଲାଟଫର୍ମରେ ନିୟମ ଅଭାବ ଦ୍ବାରା ୟୁଟ୍ୟୁବରମାନେ ଏହାର ଅପବ୍ୟବହାର କରୁଛନ୍ତି। ଏଥିପାଇଁ କିଛି କରିବାର ଆବଶ୍ୟକତା ଅଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆ ନିକଟରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏତଲା ରୁଜୁ ହୋଇଥିବାବେଳେ ସେ ସମସ୍ତ ଏତଲାକୁ ଏକାଠି କରିବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଆଜି କୋର୍ଟ ଶୁଣାଣି କରିବାପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାର ଯଦି ୟୁଟ୍ୟୁବ୍ରେ ଅନଲାଇନ୍ ବିଷୟବସ୍ତୁ ନିୟନ୍ତ୍ରଣ ପାଇଁ କିଛି ପଦକ୍ଷେପ ଗ୍ରହଣ କରିଥାନ୍ତେ ତେବେ ଖଣ୍ଡପୀଠ ଖୁସି ହୋଇଥାଆନ୍ତେ। ଅନଲାଇନ୍ ପ୍ଲାଟଫର୍ମରେ ଏହି ବିଷୟବସ୍ତୁ ନିୟନ୍ତ୍ରଣ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଦିଗରେ କୋର୍ଟଙ୍କୁ ସାହାଯ୍ୟ କରିବା ପାଇଁ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ୍ ତୁଷାର ମେହଟାଙ୍କୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଭେଙ୍କଟରମଣି ଏବଂ ତୁଷାର ମେହଟା ହାଜର ହେବାପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।




