ୟୁକ୍ରେନ ସହରରେ ରୁଷ୍‌ର ମିସାଇଲ ମାଡ଼, ୭ ମୃତ

କିବ୍‌: ୟୁକ୍ରେନରେ ରୁଷ୍‌ ମିସାଇଲ ମାଡ଼ କରିଛି। ଉତ୍ତର ୟୁକ୍ରେନ ସହରର ଚେର୍ନିହିବରେ ରୁଷ୍‌ ମିସାଇଲ ମାଡ଼ ଯୋଗୁଁ ଜଣେ ୬ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ୯୦ ଜଣ ଆହତ ହୋଇଛନ୍ତି। ଲୋକମାନେ ଏକ ଧାର୍ମିକ ଉତ୍ସବ ପାଳନ ପାଇଁ ଚର୍ଚ୍ଚକୁ ଯାଉଥିବାବେଳେ ରୁଷ୍‌ ଲୋକଙ୍କୁ ଟାର୍ଗେଟ୍‌ କରି ମିସାଇଲ ମାଡ଼ ହୋଇଥିବା ଦାବି ହୋଇଛି। ଆହତଙ୍କ ମଧ୍ୟରେ ୧୨ ଜଣ ଶିଶୁ ଏବଂ ୧୦ ଜଣ ପୁଲିସ […]

Samaya Live Picture
Published On

କିବ୍‌: ୟୁକ୍ରେନରେ ରୁଷ୍‌ ମିସାଇଲ ମାଡ଼ କରିଛି। ଉତ୍ତର ୟୁକ୍ରେନ ସହରର ଚେର୍ନିହିବରେ ରୁଷ୍‌ ମିସାଇଲ ମାଡ଼ ଯୋଗୁଁ ଜଣେ ୬ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ୯୦ ଜଣ ଆହତ ହୋଇଛନ୍ତି। ଲୋକମାନେ ଏକ ଧାର୍ମିକ ଉତ୍ସବ ପାଳନ ପାଇଁ ଚର୍ଚ୍ଚକୁ ଯାଉଥିବାବେଳେ ରୁଷ୍‌ ଲୋକଙ୍କୁ ଟାର୍ଗେଟ୍‌ କରି ମିସାଇଲ ମାଡ଼ ହୋଇଥିବା ଦାବି ହୋଇଛି। ଆହତଙ୍କ ମଧ୍ୟରେ ୧୨ ଜଣ ଶିଶୁ ଏବଂ ୧୦ ଜଣ ପୁଲିସ ଅଫିସର ଅଛନ୍ତି। ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଅନୁଯାୟୀ ମିସାଇଲ ମାଡ଼ରେ ଏକ ଡ୍ରାମା ଥିଏଟରର ଛାତ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଛି। ଅନ୍ୟପକ୍ଷେ ୟୁକ୍ରେନ ସେନା ଦାବି କରିଛି ଯେ ଗତ ରାତିରେ ରୁଷ୍‌ର ୧୭ଟି ଇରାନ୍‌ ନିର୍ମିତ ଡ୍ରୋନ୍‌ ମଧ୍ୟରୁ ୧୫ଟି ଡ୍ରୋନ୍‌ ଖସାଇ ଦେଇଛି।

Tags: