ୟୁକ୍ରେନ ରୁଷ୍ ସହ ଅଞ୍ଚଳ ବଦଳାଇବାକୁ ପ୍ରସ୍ତୁତ: ଜେଲେନସ୍କି
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ୟୁକ୍ରେନ ଏବଂ ରୁଷ୍କୁ କଥାବାର୍ତ୍ତା ପାଇଁ ଏକାଠି କରିବେ ତେବେ ୟୁକ୍ରେନରେ ରୁଷ୍ ଅଧିକୃତ ଅଞ୍ଚଳ ବଦଳରେ ୟୁକ୍ରେନ୍ କୁର୍ସ୍କ୍ରେ ୟୁକ୍ରେନ ଅଧିକୃତ ଅଞ୍ଚଳ ଫେରାଇବା ପାଇଁ ପ୍ରସ୍ତୁତ ରହିବ। ବ୍ରିଟେନର ଏକ ଖବରକାଗଜକୁ ସାକ୍ଷାତକାର ଦେବା ଅବସରରେ ଜେଲେନସ୍କି କହିଛନ୍ତି, ଗୋଟିଏ ଅଞ୍ଚଳ ବଦଳରେ ଆମେ ଅନ୍ୟ ଏକ ଅଞ୍ଚଳ […]
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ୟୁକ୍ରେନ ଏବଂ ରୁଷ୍କୁ କଥାବାର୍ତ୍ତା ପାଇଁ ଏକାଠି କରିବେ ତେବେ ୟୁକ୍ରେନରେ ରୁଷ୍ ଅଧିକୃତ ଅଞ୍ଚଳ ବଦଳରେ ୟୁକ୍ରେନ୍ କୁର୍ସ୍କ୍ରେ ୟୁକ୍ରେନ ଅଧିକୃତ ଅଞ୍ଚଳ ଫେରାଇବା ପାଇଁ ପ୍ରସ୍ତୁତ ରହିବ। ବ୍ରିଟେନର ଏକ ଖବରକାଗଜକୁ ସାକ୍ଷାତକାର ଦେବା ଅବସରରେ ଜେଲେନସ୍କି କହିଛନ୍ତି, ଗୋଟିଏ ଅଞ୍ଚଳ ବଦଳରେ ଆମେ ଅନ୍ୟ ଏକ ଅଞ୍ଚଳ ଦେବୁ। ଗତବର୍ଷ ଅଗଷ୍ଟରେ ରୁଷ୍ର କୁର୍ସ୍କ୍ ଅଞ୍ଚଳକୁ ୟୁକ୍ରେନ୍ ଅନୁପ୍ରବେଶ କରିଥିବାବେଳେ ଏହି ଅଞ୍ଚଳ ବଦଳରେ ୟୁକ୍ରେନ ରୁଷ୍ ଦଖଲରେ ଥିବା ନିଜର କିଛି ଅଞ୍ଚଳକୁ ଫେରସ୍ତ ଚାହିଛି। ତେବେ ୟୁକ୍ରେନ କେଉଁ ରୁଷ୍ ଅଧିକୃତ ଅଞ୍ଚଳ ଦାବି କରିବ ବୋଲି ପଚାରିବାରୁ ଜେଲେନସ୍କି କହିଛନ୍ତି, ତାହା ଆମେ ବିଚାର କରିବୁ। କିନ୍ତୁ ଆମର ସବୁ ଅଞ୍ଚଳ ଗୁରୁତ୍ବପୂର୍ଣ୍ଣ। କେହି ଆମ ପାଇଁ କମ୍ ଗୁରୁତ୍ବପୂର୍ଣ୍ଣ ନୁହନ୍ତି। ତେବେ ଜେଲେନସ୍କିଙ୍କ ଏହି ପ୍ରସ୍ତାବକୁ ରୁଷ୍ ପ୍ରତ୍ୟାଖ୍ୟାନ କରିଛି। କ୍ରେମ୍ଲିନ ମୁଖପାତ୍ର ଡିମିତ୍ରି ପେସ୍କୋଭ କହିଛନ୍ତି, ୟୁକ୍ରେନ ଦଖଲ କରିଥିବା ଆମ ଅଂଚଳକୁ ଆମେ ଛଡ଼ାଇ ଆଣିବୁ ଏବଂ ସେମାନଙ୍କୁ ଧ୍ବଂସ କରି ହଟିଯିବାକୁ ବାଧ୍ୟ କରିବୁ। ଉଲ୍ଲେଖଯୋଗ୍ୟ, ରୁଷ୍ ୨୦୧୪ରେ ୟୁକ୍ରେନ୍ଠାରୁ କ୍ରିମିଆ ଛଡ଼ାଇ ଆଣିବାପରେ ଏହା ୨୦୨୨ରେ ଡୋନେସ୍କ, ଖେରସନ, ଲୁହାନସ୍କ ଏବଂ ଜାପୋରିଝିଆକୁ ନିଜ ଦଖଲକୁ ନେଇଛି।




