ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପୁଟିନ୍‌ଙ୍କୁ ମୋଦୀଙ୍କ ନିବେଦନ

ନୂଆଦିଲ୍ଲୀ: ଦୁଇଦିନିଆ ରୁଷ୍‌ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମସ୍କୋସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ ଯୁଦ୍ଧ ଦ୍ବାରା କୌଣସି ସମାଧାନ ମିଳିପାରିବ ନାହିଁ। ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱ ସହ ମିଳିତ ଜାତିସଂଘ ଚାର୍ଟରକୁ ସମ୍ମାନ ଦେବାକୁ ଭାରତ ସର୍ବଦା ଆହ୍ୱାନ ଦେଇ ଆସିଛି। ଯୁଦ୍ଧକ୍ଷେତ୍ରରେ […]

Samaya Live Picture
Published On

ନୂଆଦିଲ୍ଲୀ: ଦୁଇଦିନିଆ ରୁଷ୍‌ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମସ୍କୋସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ ଯୁଦ୍ଧ ଦ୍ବାରା କୌଣସି ସମାଧାନ ମିଳିପାରିବ ନାହିଁ। ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱ ସହ ମିଳିତ ଜାତିସଂଘ ଚାର୍ଟରକୁ ସମ୍ମାନ ଦେବାକୁ ଭାରତ ସର୍ବଦା ଆହ୍ୱାନ ଦେଇ ଆସିଛି। ଯୁଦ୍ଧକ୍ଷେତ୍ରରେ କୌଣସି ସମାଧାନ ନାହିଁ। ଆଲୋଚନା ଓ କୂଟନୀତି ହିଁ ଆଗକୁ ବଢ଼ିବାର ବାଟ ବୋଲି ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ରାତ୍ରିଭୋଜନ ଅବସରରେ କହିଥିଲେ। ଏହି ଅବସରରେ ମୋଦୀଙ୍କୁ ତାଙ୍କ ତୃତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇ ପୁଟିନ କହିଛନ୍ତି ଯେ ତାଙ୍କ ପୁନଃନିର୍ବାଚିତ ହେବା ଭାରତର ସ୍ୱାର୍ଥକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ତାଙ୍କ ପାଇଁ ଅର୍ଥନୀତି ଦୃଷ୍ଟିରୁ ଭାରତ ଏବେ ବିଶ୍ବସ୍ତରରେ ତୃତୀୟ ସ୍ଥାନରେ ରହିଛି ବୋଲି ପୁଟିନ କହିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଏହା ହେଉଛି ଷୋଡ଼ଶ ଭେଟ। ଶେଷ ଥର ପାଇଁ ୨୦୨୨ରେ ଉଜ୍‌ବେକିସ୍ତାନର ସମରକନ୍ଦଠାରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।

Tags: