ୟୁକ୍ରେନ୍ ଯୁଦ୍ଧ ‘ଜଟିଳ ପର୍ଯ୍ୟାୟ’ରେ ପ୍ରବେଶ କରିଛି: ବ୍ରିଟେନ

ଲଣ୍ଡନ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ସଂଘର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି ଏବଂ କିବ୍‌କୁ ଏହାର ବିଦେଶୀ ସମର୍ଥକଙ୍କଠାରୁ ଅଧିକ ସମର୍ଥନର ଆବଶ୍ୟକତା ରହିଛି ବୋଲି ବ୍ରିଟିସ ପ୍ରତିରକ୍ଷା ସଚିବ ଜନ୍ ହିଲି କହିଛନ୍ତି। ବର୍ଲିନରେ ହୋଇଥିବା ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ଇଟାଲୀ ଓ ପୋଲାଣ୍ଡର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ହିଲି ଏହା କହିଛନ୍ତି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମରୋଭ୍ ଭିଡିଓ ଲିଙ୍କ୍ ଜରିଆରେ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ବ୍ରିଟେନର […]

Samaya Live Picture
Published On

ଲଣ୍ଡନ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ସଂଘର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି ଏବଂ କିବ୍‌କୁ ଏହାର ବିଦେଶୀ ସମର୍ଥକଙ୍କଠାରୁ ଅଧିକ ସମର୍ଥନର ଆବଶ୍ୟକତା ରହିଛି ବୋଲି ବ୍ରିଟିସ ପ୍ରତିରକ୍ଷା ସଚିବ ଜନ୍ ହିଲି କହିଛନ୍ତି। ବର୍ଲିନରେ ହୋଇଥିବା ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ଇଟାଲୀ ଓ ପୋଲାଣ୍ଡର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ହିଲି ଏହା କହିଛନ୍ତି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମରୋଭ୍ ଭିଡିଓ ଲିଙ୍କ୍ ଜରିଆରେ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ବ୍ରିଟେନର ପ୍ରତିରକ୍ଷା ସଚିବ କହିଛନ୍ତି, ଆମେ ରୁସ୍ତମ ଉମରୋଭଙ୍କ ସହ ୟୁକ୍ରେନ ପ୍ରତି ଆମର ସମର୍ଥନ ଦ୍ୱିଗୁଣିତ କରିବାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲୁ। କାରଣ ୟୁରୋପର ପ୍ରତିରକ୍ଷା ଓ ବ୍ରିଟେନର ପ୍ରତିରକ୍ଷା ୟୁକ୍ରେନରୁ ଆରମ୍ଭ ହୋଇଥାଏ। ଯଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ବିଜୟୀ ହୁଅନ୍ତି, ତେବେ ସେ ସେଠାରେ ଅଟକିବେ ନାହିଁ। ତେଣୁ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ନିଜର ସୁରକ୍ଷା ଓ ସାମୂହିକ ପ୍ରତିରକ୍ଷାକୁ ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ ପିଷ୍ଟୋରିୟସ୍ ୟୁକ୍ରେନ୍ ପ୍ରତି ଆମେରିକାର ଆଭିମୁଖ୍ୟରେ ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ। ଜାନୁଆରି ୨୦ରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍‌କୁ ଫେରିବା ପରେ କିବ୍‌କୁ ଅଧିକ ସହାୟତା ଦେବା ନେଇ ପୁନର୍ବିଚାର କରିବେ। ଏଥିପାଇଁ ଆମେ ଆମର ୟୁରୋପୀୟ ସହଯୋଗୀଙ୍କ ସହ ଘନିଷ୍ଠ ସମନ୍ୱୟ ଜାରି ରଖିବା ଉଚିତ ବୋଲି ସେ କହିଥିଲେ।

Tags: