ୟୁକ୍ରେନ୍‌ରେ ରୁଷ୍‌ର ଭୟଙ୍କର ଡ୍ରୋନ୍‌ ଆକ୍ରମଣ

ନୂଆଦିଲ୍ଲୀ: ଦକ୍ଷିଣ ୟୁକ୍ରେନ ବନ୍ଦର ସହର ଓଡ଼େଶା ଉପରେ ରୁଷ୍‌ ଗତ ୨ ଦିନ ଧରି ଭୟଙ୍କର ଡ୍ରୋନ୍‌ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୁଦ୍ଧବିରତି ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ହୋଇଛି ବୋଲି କହିବାପରେ ରୁଷ୍‌ ୟୁକ୍ରେନ୍‌ ଉପରେ ଏଭଳି ଆକ୍ରମଣ କରିଛି। ଅନ୍ୟପକ୍ଷେ ଆସନ୍ତା ସୋମବାର ମଧ୍ୟ ରୁଷ୍‌ ଏବଂ ଆମେରିକାର […]

Samaya Live Picture
Published On

ନୂଆଦିଲ୍ଲୀ: ଦକ୍ଷିଣ ୟୁକ୍ରେନ ବନ୍ଦର ସହର ଓଡ଼େଶା ଉପରେ ରୁଷ୍‌ ଗତ ୨ ଦିନ ଧରି ଭୟଙ୍କର ଡ୍ରୋନ୍‌ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୁଦ୍ଧବିରତି ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ହୋଇଛି ବୋଲି କହିବାପରେ ରୁଷ୍‌ ୟୁକ୍ରେନ୍‌ ଉପରେ ଏଭଳି ଆକ୍ରମଣ କରିଛି। ଅନ୍ୟପକ୍ଷେ ଆସନ୍ତା ସୋମବାର ମଧ୍ୟ ରୁଷ୍‌ ଏବଂ ଆମେରିକାର ପ୍ରତିନିଧିମାନେ ‌ଯୁଦ୍ଧ ଶେଷ ନେଇ ସାଉଦି ଆରବରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବେ। ଶାନ୍ତି କଥାବର୍ତ୍ତା ଆରମ୍ଭ ହେବା ପୂର୍ବରୁ ରୁଷ୍‌ ଓଡ଼େଶାର ଡ୍ରୋନ୍‌ ଆକ୍ରମଣ କରିଛି ଏବଂ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରିଥିବାରୁ ଯୁଦ୍ଧବିରତି ନେଇ ଅନିଶ୍ଚିତତା ବଢ଼ୁଛି। ରୁଷ୍‌ ଆକ୍ରମଣରେ ଅନେକ ଆହତ ହେବା ସହ ୨୦ରୁ ଅଧିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି ଏବଂ ୧୦ରୁ ଅଧିକ କୋଠା ଧ୍ବଂସ ହୋଇଯାଇଛି। ଚେକ୍‌ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପାଭେଲ ଏହି ସମୟରେ ବନ୍ଦର ସହରରେ ଥିବାବେଳେ ରୁଷ୍‌ ଏହି ଆକ୍ରମଣ କରିଛି। ଦକ୍ଷିଣ ସହର ଜାପୋରିଝିଆରେ ମଧ୍ୟ ରୁଷ୍‌ ଆକ୍ରମଣ କରିଛି ଏବଂ ଏଥିରେ ୫ ଜଣ ଆହତ ହୋଇଛନ୍ତି।

Tags: