ୟୁକ୍ରେନର ୨୮ ଡ୍ରୋନ୍ ଖସାଇଲା ରୁଷ୍
ମସ୍କୋ: କ୍ରିମିଆ ଉପରେ ଛଡ଼ାଯାଇଥିବା ୟୁକ୍ରେନର ୨୮ଟି ଡ୍ରୋନ୍କୁ ରୁଷ୍ ଗୁଳି କରି ଖସାଇଦେଇଛି। ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି, ୟୁକ୍ରେନର ୧୭ଟି ଡ୍ରୋନ୍କୁ ଧ୍ବଂସ କରିଦିଆଯାଇଛି ଏବଂ ବାକି ୧୧ଟି ଡ୍ରୋନ୍କୁ ବୈଦ୍ୟୁତିକ ଉପାୟରେ ଅଚଳ କରିଦିଆଯାଇଛି। ତେବେ ୟୁକ୍ରେନର ଏହି ଡ୍ରୋନ୍ ଆକ୍ରମଣ ଦ୍ବାରା କୌଣସି କ୍ଷୟକ୍ଷତି ବା ମୃତାହାତ ଘଟଣା ଘଟିନାହିଁ ବୋଲି ରୁଷ୍ ମନ୍ତ୍ରଣାଳୟ […]
ମସ୍କୋ: କ୍ରିମିଆ ଉପରେ ଛଡ଼ାଯାଇଥିବା ୟୁକ୍ରେନର ୨୮ଟି ଡ୍ରୋନ୍କୁ ରୁଷ୍ ଗୁଳି କରି ଖସାଇଦେଇଛି। ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି, ୟୁକ୍ରେନର ୧୭ଟି ଡ୍ରୋନ୍କୁ ଧ୍ବଂସ କରିଦିଆଯାଇଛି ଏବଂ ବାକି ୧୧ଟି ଡ୍ରୋନ୍କୁ ବୈଦ୍ୟୁତିକ ଉପାୟରେ ଅଚଳ କରିଦିଆଯାଇଛି। ତେବେ ୟୁକ୍ରେନର ଏହି ଡ୍ରୋନ୍ ଆକ୍ରମଣ ଦ୍ବାରା କୌଣସି କ୍ଷୟକ୍ଷତି ବା ମୃତାହାତ ଘଟଣା ଘଟିନାହିଁ ବୋଲି ରୁଷ୍ ମନ୍ତ୍ରଣାଳୟ କହିଛି। କ୍ରିମିଆରେ ରୁଷ୍ ଦ୍ବାରା ଅବସ୍ଥାପିତ ଗଭର୍ଣ୍ଣର ସର୍ଗେଇ ଆକ୍ଷୋନୋଭ ମଙ୍ଗଳବାର ଟେଲିଗ୍ରାମରେ କହିଛନ୍ତି ଯେ ୨୮ଟି ଡ୍ରୋନ୍କୁ ରାତାରାତି ଧ୍ବଂସ କରିଦିଆଯାଇଛି ବା ଖସାଇ ଦିଆଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ୟୁକ୍ରେନର କ୍ରିମିଆ ଅକ୍ତିଆର କରି ରୁଷ୍ ଏହାକୁ ୨୦୧୪ରେ ନିଜ ଦେଶ ସହ ମିଶାଇ ଦେଇଥିଲା। କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନାହାନ୍ତି। ଏହାକୁ ୟୁକ୍ରେନ ପୁଣି ନିଜ ଦଖଲକୁ ନେବାକୁ ଚାହେ ବୋଲି କିବ୍ ବାରମ୍ବାର ଘୋଷଣା କରିଆସିଛି।




