ୟୁକ୍ରେନର ପ୍ରମୁଖ ସହରରେ ରୁଷ୍ର ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ୮ ଜଣଙ୍କ ମୃତ୍ୟୁ

କିବ୍: ୟୁକ୍ରେନ ରାଜଧାନୀ କିବ୍ ସମତେ ଅନ୍ୟାନ୍ୟ ପ୍ରମୁଖ ସହର ଆଜି ସକାଳେ ବିସ୍ଫୋରଣରେ ଦୋହଲି ଯାଇଥିଲା। ରୁଷ୍ ଆଜି କିବ୍ ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ପ୍ରଚଣ୍ଡ ଆକ୍ରମଣ କରିଛି। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ସହର ଉମାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଆପାର୍ଟମେଣ୍ଟ ଉପରେ ମିସାଇଲ ମାଡ଼ ହେବା ଫଳରେ ଆପାର୍ଟମେଣ୍ଟ ଜଳି ଯାଇଛି। ଫଳରେ ୮ ଜଣ ଗୁରୁତର ଅଛନ୍ତି। ଡିନିପ୍ରୋରେ ଏକ ଘର ଉପରେ ମିସାଇଲ […]

Samaya Live Picture
Published On

କିବ୍: ୟୁକ୍ରେନ ରାଜଧାନୀ କିବ୍ ସମତେ ଅନ୍ୟାନ୍ୟ ପ୍ରମୁଖ ସହର ଆଜି ସକାଳେ ବିସ୍ଫୋରଣରେ ଦୋହଲି ଯାଇଥିଲା। ରୁଷ୍ ଆଜି କିବ୍ ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ପ୍ରଚଣ୍ଡ ଆକ୍ରମଣ କରିଛି। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ସହର ଉମାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଆପାର୍ଟମେଣ୍ଟ ଉପରେ ମିସାଇଲ ମାଡ଼ ହେବା ଫଳରେ ଆପାର୍ଟମେଣ୍ଟ ଜଳି ଯାଇଛି। ଫଳରେ ୮ ଜଣ ଗୁରୁତର ଅଛନ୍ତି। ଡିନିପ୍ରୋରେ ଏକ ଘର ଉପରେ ମିସାଇଲ ମାଡ଼ ହେବା ଫଳରେ ଜଣେ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ୟୂକ୍ରେନଠାରୁ ଦକ୍ଷିଣ ମାଇକୋଲେବ ଅଞ୍ଚଳ ପର୍ଯ୍ୟନ୍ତ ସହର ଗୁଡ଼ିକ ବିସ୍ଫୋରଣରେ ପ୍ରଭାବିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ ଏବଂ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ନିକଟରେ ୟୁକ୍ରେନ ସ୍ଥିତି ନେଇ ଟେଲିଫୋନ୍ରେ କଥା ହେବାର କିଛିଦିନ ପରେ ଏହି ଆକ୍ରମଣ ହୋଇଛି।

Tags: