ୟୁକ୍ରେନରେ ୩ ଦିନିଆ ଆକସ୍ମିକ ଅସ୍ତ୍ରବିରତି ଘୋଷଣା କଲା ରୁଷ୍‌

ନୂଆଦିଲ୍ଲୀ : ମେ’ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରୁଷ୍‌ ୟୁକ୍ରେନ୍‌‌ରେ ୩ ଦିନିଆ ଆକସ୍ମିକ ଅସ୍ତ୍ରବିରତି ଘୋଷଣା କରିଛି। ୮୦ତମ ବିଜୟ ଦିବସ ପରିପ୍ରେକ୍ଷୀରେ ରୁଷ୍‌ ଏହି ଘୋଷଣା କରିଛି। ଏହି ସମୟରେ ସମସ୍ତ ପ୍ରକାର ଯୁଦ୍ଧ ଅପରେସନ୍‌ ବନ୍ଦ କରାଯିବ। ୟୁକ୍ରେନ ମଧ୍ୟ ଏହି ସମୟରେ ଯୁଦ୍ଧବିରତି କରିବ ବୋଲି ରୁଷ୍‌ ବିଶ୍ବାସ କରୁଛି। ମେ’ ୯ ତାରିଖରେ ମସ୍କୋର ରେଡ୍‌ ସ୍କୋୟାର‌ରେ ବିଜୟ ଦିବସ ଉତ୍ସବ ପାଇଁ ରୁଷ୍‌ ପ୍ରସ୍ତୁତ ହେଉଥିବାବେଳେ ରୁଷ୍‌ […]

ୟୁକ୍ରେନରେ ୩ ଦିନିଆ ଆକସ୍ମିକ ଅସ୍ତ୍ରବିରତି ଘୋଷଣା କଲା ରୁଷ୍‌
Samaya Live Picture
Published On

ନୂଆଦିଲ୍ଲୀ : ମେ’ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରୁଷ୍‌ ୟୁକ୍ରେନ୍‌‌ରେ ୩ ଦିନିଆ ଆକସ୍ମିକ ଅସ୍ତ୍ରବିରତି ଘୋଷଣା କରିଛି। ୮୦ତମ ବିଜୟ ଦିବସ ପରିପ୍ରେକ୍ଷୀରେ ରୁଷ୍‌ ଏହି ଘୋଷଣା କରିଛି। ଏହି ସମୟରେ ସମସ୍ତ ପ୍ରକାର ଯୁଦ୍ଧ ଅପରେସନ୍‌ ବନ୍ଦ କରାଯିବ। ୟୁକ୍ରେନ ମଧ୍ୟ ଏହି ସମୟରେ ଯୁଦ୍ଧବିରତି କରିବ ବୋଲି ରୁଷ୍‌ ବିଶ୍ବାସ କରୁଛି। ମେ’ ୯ ତାରିଖରେ ମସ୍କୋର ରେଡ୍‌ ସ୍କୋୟାର‌ରେ ବିଜୟ ଦିବସ ଉତ୍ସବ ପାଇଁ ରୁଷ୍‌ ପ୍ରସ୍ତୁତ ହେଉଥିବାବେଳେ ରୁଷ୍‌ ଯୁଦ୍ଧବିରତି ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ଇଷ୍ଟର ସମୟରେ ପୁଟିନ ୩୦ ଘଣ୍ଟାର ଅସ୍ତ୍ରବିରତି ଘୋଷଣା କରିଥିଲେ। କିନ୍ତୁ ଏହି ଅସ୍ତ୍ରବିରତି ସତ୍ତ୍ବେ ଉଭୟ ୟୁକ୍ରେନ ଏବଂ ରୁଷ୍‌ ଗୁଳି ବିନିମୟ କରିଥିବା ଅଭିଯୋଗ ହୋଇଛି।

Tags: