ୟୁକ୍ରେନରେ ରୁଷ୍ର କ୍ଷେପଣାସ୍ତ୍ର ବର୍ଷା, ୧୭ ମୃତ
ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ହେଉଥିବା ଜି-୨୦ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ରୁଷ୍ ୟୁକ୍ରେନରେ ପୁଣିଥରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ନିକଟରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ୟୁକ୍ରେନ ଗସ୍ତ କରିଥିଲେ। ଆମେିରିକା ୟୁକ୍ରେନକୁ ୧ ବିଲିଅନ ଡଲାରର ସହାୟତା ଦେଇଛି। […]
ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ହେଉଥିବା ଜି-୨୦ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ରୁଷ୍ ୟୁକ୍ରେନରେ ପୁଣିଥରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ନିକଟରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ୟୁକ୍ରେନ ଗସ୍ତ କରିଥିଲେ। ଆମେିରିକା ୟୁକ୍ରେନକୁ ୧ ବିଲିଅନ ଡଲାରର ସହାୟତା ଦେଇଛି। ଆମେ ବ୍ଲିଙ୍କେନ୍ ଆମେରିକା ଫେରିବାପରେ ରୁଷ୍ ଡୋନେସ୍କ ଅଞ୍ଚଳ ସ୍ଥିତ ଏକ ସହରରେ ମିସାଇଲ ମାଡ଼ କରିଛି। ୧୮ ମାସର ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ଏହା ସବୁଠାରୁ ଭୟଙ୍କର ଆକ୍ରମଣ ହୋଇଛି। ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୩୨ ଜଣ ଆହତ ହୋଇଛନ୍ତି। ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆକ୍ରମଣ ହୋଇଥିବା ଅଞ୍ଚଳ ନିକଟରେ କୌଣସି ସେନା ଘାଟି ନାହିଁ। ସେମାନେ ଜାଣିଶୁଣି ଏଭଳି ଆକ୍ରମଣ କରିଛନ୍ତି। ଇତି ମଧ୍ୟରେ ହ୍ବାଇଟ୍ ହାଉସ ପ୍ରେସ୍ ସଚିବ କହିଛନ୍ତି, ରୁଷ୍ର ଏଭଳି ଆକ୍ରମଣ ପାଇଁ ୟୁକ୍ରେନକୁ ସହଯୋଗ ଜାରି ରହିବ।




