ୟୁକ୍ରେନରେ ରୁଷ୍ର କ୍ଷେପଣାସ୍ତ୍ର ମାଡ଼ରେ ୩୧ ମୃତ, ଅନେକ ଆହତ
ନୂଆଦିଲ୍ଲୀ: ରୁଷ୍ର ଦକ୍ଷିଣ ପଶ୍ଚିମ ଭୋରୋନେଜ୍ ଅଞ୍ଚଳରେ ଥିବା ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଏଥିରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଯାଇଛି। ଏହାର ପାଲଟା ଆକ୍ରମଣରେ ୟୁକ୍ରେନ ଉପରେ ରୁଷ୍ ବଡ଼ ଧରଣର ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ପ୍ରମୁଖ ସହରରେ ଦିନସାରା କ୍ଷେପଣାସ୍ତ୍ର ମାଡ଼ କରିଛି। କିବ୍ରେ ଏକ ଶିଶୁ ହସ୍ପିଟାଲ ଉପରେ କ୍ଷେପଣାସ୍ତ୍ର ମାଡ଼ ଫଳରେ ହସ୍ପିଟାଲର ଅନେକ ଅଂଶ ଭାଙ୍ଗିରୁଜି ଯାଇଛି। ହସ୍ପିଟାଲରେ ୨ ଜଣ ଶିଶୁଙ୍କର […]
ନୂଆଦିଲ୍ଲୀ: ରୁଷ୍ର ଦକ୍ଷିଣ ପଶ୍ଚିମ ଭୋରୋନେଜ୍ ଅଞ୍ଚଳରେ ଥିବା ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଏଥିରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଯାଇଛି। ଏହାର ପାଲଟା ଆକ୍ରମଣରେ ୟୁକ୍ରେନ ଉପରେ ରୁଷ୍ ବଡ଼ ଧରଣର ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ପ୍ରମୁଖ ସହରରେ ଦିନସାରା କ୍ଷେପଣାସ୍ତ୍ର ମାଡ଼ କରିଛି। କିବ୍ରେ ଏକ ଶିଶୁ ହସ୍ପିଟାଲ ଉପରେ କ୍ଷେପଣାସ୍ତ୍ର ମାଡ଼ ଫଳରେ ହସ୍ପିଟାଲର ଅନେକ ଅଂଶ ଭାଙ୍ଗିରୁଜି ଯାଇଛି। ହସ୍ପିଟାଲରେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ତେବେ ୟୁକ୍ରେନର ବିଭିନ୍ନ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିବା ଦ୍ବାରା ୩୧ ଜଣଙ୍କର ମୃତ୍ୟୁ ହୋଇଛି। କେବଳ କିବ୍ରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ରୁଷ୍ ଦିନ ତମାମ କିବ୍, ନିପ୍ରୋ, କ୍ରିବି ରିହ, ସ୍ଲୋଭ୍ୟାନସ୍କ ଏବଂ କ୍ରାମାଟସ୍କରେ ବୋମା ବର୍ଷା କରିଛି। କ୍ରିବି ରିହରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ରୁଷ୍ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରିବା ଖବରକୁ ଖଣ୍ଡନ କରିଛି।




