ୟୁକ୍ରେନରେ ରୁଷର ବିମାନ ଆକ୍ରମଣରେ ୩୧ ଜଣଙ୍କ ମୃତ୍ୟୁ

କିବ୍ : ଶୁକ୍ରବାର ରୁଷ୍ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ବିମାନ ଆକ୍ରମଣରେ ୟୁକ୍ରେନର ୩୧ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହାକୁ ଏକ ଯୁଦ୍ଧ ଅପରାଧ ବୋଲି ବର୍ଣ୍ଣନା କରି ବିଶ୍ବ ସମୁଦାୟ ଉକ୍ତ ଘଟଣା ଉପରେ ପ୍ରତିକ୍ରିୟା ରଖିବାକୁ ଏବଂ ଜାତିସଂଘ ନିରାପତ୍ତା ପରିଷଦର ଏକ ବୈଠକ ଡାକିବାକୁ ଜେଲେନସ୍କି ଆହ୍ବାନ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ଏଭଳି […]

Samaya Live Picture
Published On

କିବ୍ : ଶୁକ୍ରବାର ରୁଷ୍ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ବିମାନ ଆକ୍ରମଣରେ ୟୁକ୍ରେନର ୩୧ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହାକୁ ଏକ ଯୁଦ୍ଧ ଅପରାଧ ବୋଲି ବର୍ଣ୍ଣନା କରି ବିଶ୍ବ ସମୁଦାୟ ଉକ୍ତ ଘଟଣା ଉପରେ ପ୍ରତିକ୍ରିୟା ରଖିବାକୁ ଏବଂ ଜାତିସଂଘ ନିରାପତ୍ତା ପରିଷଦର ଏକ ବୈଠକ ଡାକିବାକୁ ଜେଲେନସ୍କି ଆହ୍ବାନ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ଏଭଳି ଆତଙ୍କବାଦ କାର୍ଯ୍ୟକଳାପକୁ ବିଶ୍ବ ନିନ୍ଦା କରିବା ଉଚିତ। ଅନେକ ନେତା ୟୁକ୍ରେନବାସୀଙ୍କୁ ସମର୍ଥନ ଜଣାଇ ସାରିଛନ୍ତି। ଜେଲେନସ୍କି ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା କହିଛନ୍ତି।

Tags: