ୟୁକ୍ରେନରେ ଡ୍ୟାମ ବିସ୍ଫୋରଣ ଜନିତ ବନ୍ୟାରେ ୧୩ ଜଣଙ୍କ ମୃତ୍ୟୁ, ଅନେକ ଲୋକ ନିଖୋଜ
ନୂଆଦିଲ୍ଲୀ: ୟୁକ୍ରେନର ନୋଭା କାଖୋବକା ଡ୍ୟାମକୁ ଗତ ମଙ୍ଗଳବାର ବିସ୍ଫୋରଣରେ ଉଡ଼ାଯିବା ପରଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏଥିଯୋଗୁ ୟୁକ୍ରେନରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟାରେ ଆଜି ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହେଲାଣି। ଆସନ୍ତା ଏକ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଜଳସ୍ତର ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଖେରସନ ଅଞ୍ଚଳର ରୁଷ୍ ମୁଖ୍ୟ ଭ୍ଲାଦିମିର ସାଲଦୋ ଟେଲିଗ୍ରାମରେ ଏହି ସୂଚନା ଦେଇଛନ୍ତି। ଉକ୍ତ ବନ୍ୟା ଯୋଗୁ ୮୦ରୁ ଅଧିକ ବସତି ପ୍ରଭାବିତ ହୋଇଛି। […]
ନୂଆଦିଲ୍ଲୀ: ୟୁକ୍ରେନର ନୋଭା କାଖୋବକା ଡ୍ୟାମକୁ ଗତ ମଙ୍ଗଳବାର ବିସ୍ଫୋରଣରେ ଉଡ଼ାଯିବା ପରଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏଥିଯୋଗୁ ୟୁକ୍ରେନରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟାରେ ଆଜି ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହେଲାଣି। ଆସନ୍ତା ଏକ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଜଳସ୍ତର ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଖେରସନ ଅଞ୍ଚଳର ରୁଷ୍ ମୁଖ୍ୟ ଭ୍ଲାଦିମିର ସାଲଦୋ ଟେଲିଗ୍ରାମରେ ଏହି ସୂଚନା ଦେଇଛନ୍ତି। ଉକ୍ତ ବନ୍ୟା ଯୋଗୁ ୮୦ରୁ ଅଧିକ ବସତି ପ୍ରଭାବିତ ହୋଇଛି। ଡ୍ୟାମ ବିସ୍ଫୋରଣ ପରେ ବନ୍ୟା ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୨୦୦ରୁ ଅଧିକ ଜଣ ଶିଶୁ ରହିଛନ୍ତି। ଏହି ଅଞ୍ଚଳରେ ୟୁକ୍ରେନ ସୈନ୍ୟ ଗୁଳିଗୋଳା ମାଡ଼ ଜାରି ରଖିଥିବାରୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇପଡ଼ିଛି ବୋଲି ସାଲଦୋ କହିଛନ୍ତି। ତେବେ ନିପୋ ନଦୀର ଡ୍ୟାମ ବିସ୍ଫୋରଣ ଘଟଣାରେ ଉଭୟ ରୁଷ ଏବଂ ୟୁକ୍ରେନ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ କହିଛି ରୁଷ୍ ଗୁଳିଗୋଳା ମାଡ଼ କରୁଥିବାରୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଛି। ରୁଷ୍ର ଗୋଳାମାଡ଼ରେ ପ୍ରାୟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।




