ୟୁଏସଏଡ୍‌ରେ ସ୍ମୃତି ଇରାନୀଙ୍କ ପୂର୍ବ ଭୂମିକାକୁ ନେଇ କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ: ୟୁଏସଏଡ୍‌ (ୟୁନ‌ାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ)ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୂର୍ବ ଦାୟିତ୍ବକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର କଥା କଟାକଟି ହୋଇଛି। ସ୍ମୃତି ଇରାନୀ ଭାରତ ପାଇଁ ୟୁଏସ୍‌ଏଡ୍‌ର ଗୁଡ୍‌ୱିଲ୍‌ ଆମ୍ବାସାଡର ଥିବାରୁ କଂଗ୍ରେସ ଏଥିପାଇଁ ସ୍ମୃତିଙ୍କୁ କଟାକ୍ଷ କରିଛି। କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେ ଏକ ସରକାରୀ ଦସ୍ତାବିଜ୍‌ର ସ୍କ୍ରିନସଟ୍‌ ସେୟାର କରିଛନ୍ତି। ସ୍ମୃତି ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ଟିଭି ଅଭିନେତ୍ରୀ […]

ୟୁଏସଏଡ୍‌ରେ ସ୍ମୃତି ଇରାନୀଙ୍କ ପୂର୍ବ ଭୂମିକାକୁ ନେଇ କଂଗ୍ରେସର କଟାକ୍ଷ
Samaya Live Picture
Published On

ନୂଆଦିଲ୍ଲୀ: ୟୁଏସଏଡ୍‌ (ୟୁନ‌ାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ)ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୂର୍ବ ଦାୟିତ୍ବକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର କଥା କଟାକଟି ହୋଇଛି। ସ୍ମୃତି ଇରାନୀ ଭାରତ ପାଇଁ ୟୁଏସ୍‌ଏଡ୍‌ର ଗୁଡ୍‌ୱିଲ୍‌ ଆମ୍ବାସାଡର ଥିବାରୁ କଂଗ୍ରେସ ଏଥିପାଇଁ ସ୍ମୃତିଙ୍କୁ କଟାକ୍ଷ କରିଛି। କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେ ଏକ ସରକାରୀ ଦସ୍ତାବିଜ୍‌ର ସ୍କ୍ରିନସଟ୍‌ ସେୟାର କରିଛନ୍ତି। ସ୍ମୃତି ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ଟିଭି ଅଭିନେତ୍ରୀ ଥିଲେ ଏବଂ ସେ ହୁ -ଓଆରଏସ୍‌ ପାଇଁ ୟୁଏସ୍‌ଏଡ୍‌ର ଗୁଡୱିଲ୍‌ ଆମ୍ବାସାଡର ଥିଲେ ବୋଲି ଏଥିରେ ଦର୍ଶାଯାଇଛି। ଖଡ଼ଗେ କହିଛନ୍ତି, ସରକାରୀ ୱେବସାଇଟ୍‌ ଅନୁଯାୟୀ ସ୍ମୃତି ଭାରତକୁ ୟୁଏସଏଡ୍‌ର ଗୁଡ୍‌ୱିଲ ଆମ୍ବାସାଡର ଥିଲେ। ବିଜେପି ରାଜନେତାମାନେ ଜର୍ଜ‌୍ ସୋରସ୍‌ଙ୍କ ବାସ୍ତବ ପ୍ରତିନିଧି ବୋଲି ଏହା କ’ଣ ଦର୍ଶାଉଛି କି ବୋଲି ସେ କହିଛନ୍ତି। ତେବେ କଂଗ୍ରେସ ଅଭିଯୋଗକୁ ବିଜେପି ଖଣ୍ଡନ କରି କଡ଼ା ଜବାବ ଦେଇଛି। ଅମିତ ମାଲବ୍ୟ କହିଛନ୍ତି, ସ୍ମୃତି ଇରାନୀ ୨୦୦୨ରୁ ୨୦୦୫ ମଧ୍ୟରେ ଗୁଡୱିଲ୍‌ ଆମ୍ବାସାଡର ଥିଲେ ଏବଂ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ୨୦୦୪ରୁ ୨୦୦୫ ମଧ୍ୟରେ କ୍ଷମତାରେ ଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ମୃତି ଇରାନୀଙ୍କୁ ଓଆରଏସ୍‌ର ଗୁଡ୍‌ୱିଲ୍‌ ଆମ୍ବାସାଡର ଭାବେ ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ନିଯୁକ୍ତି ଦେଇଥିଲା ବୋଲି ବିଜେପି ଦର୍ଶାଇଛି।

Tags: