ହ୍ୟାକର୍ଙ୍କ ଟାର୍ଗେଟ୍ରେ ସୁପ୍ରିମ୍କୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ
ନୂଆଦିଲ୍ଲୀ: ହ୍ୟାକରମାନେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନର ୱେବସାଇଟ୍ ହ୍ୟାକ୍ କରିବା ପରେ ଏବେ ବିଚାରବ୍ୟବସ୍ଥା ଉପରେ ଏମାନଙ୍କ ନଜର ପଡ଼ିଛି। ସୁପ୍ରିମ୍କୋର୍ଟଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ ହୋଇଛି। ସାଧାରଣତଃ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଓ ଜନସ୍ୱାର୍ଥ ମାମଲାର ସିଧା ପ୍ରସାରଣ ପାଇଁ ବ୍ୟବହୃତ ହେଉଥିବା ଏହି ଚ୍ୟାନେଲ୍ ହ୍ୟାକ୍ ହେବାପରେ ଏଥିରେ ଆମେରିକୀୟ କମ୍ପାନି ରିପଲ୍ ଲ୍ୟାବ୍ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସି ଏକ୍ସଆର୍ପିକୁ ପ୍ରୋତ୍ସାହିତ କରୁଥିବା ଭିଡିଓ ଦେଖିବାକୁ ମିଳିଥିଲା। ସୁପ୍ରିମ୍କୋର୍ଟଙ୍କ […]
ନୂଆଦିଲ୍ଲୀ: ହ୍ୟାକରମାନେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନର ୱେବସାଇଟ୍ ହ୍ୟାକ୍ କରିବା ପରେ ଏବେ ବିଚାରବ୍ୟବସ୍ଥା ଉପରେ ଏମାନଙ୍କ ନଜର ପଡ଼ିଛି। ସୁପ୍ରିମ୍କୋର୍ଟଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ ହୋଇଛି। ସାଧାରଣତଃ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଓ ଜନସ୍ୱାର୍ଥ ମାମଲାର ସିଧା ପ୍ରସାରଣ ପାଇଁ ବ୍ୟବହୃତ ହେଉଥିବା ଏହି ଚ୍ୟାନେଲ୍ ହ୍ୟାକ୍ ହେବାପରେ ଏଥିରେ ଆମେରିକୀୟ କମ୍ପାନି ରିପଲ୍ ଲ୍ୟାବ୍ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସି ଏକ୍ସଆର୍ପିକୁ ପ୍ରୋତ୍ସାହିତ କରୁଥିବା ଭିଡିଓ ଦେଖିବାକୁ ମିଳିଥିଲା।
ସୁପ୍ରିମ୍କୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ ହେବା ଜଣା ପଡ଼ିବା ପରେ ଚ୍ୟାନେଲକୁ ହଟାଇ ଦିଆଯାଇଛି। ତେବେ ଖୁବ୍ଶୀଘ୍ର ଏହି ୟୁଟ୍ୟୁବ୍ ଚ୍ୟାନେଲରେ ସେବା ପୁଣି ଆରମ୍ଭ ହେବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ସମ୍ପ୍ରତି ସୁପ୍ରିମ୍କୋର୍ଟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାର ଲାଇଭ୍ ଶୁଣାଣି କରୁଛନ୍ତି। ନିକଟରେ ଆର୍ଜି କର ହସ୍ପିଟାଲ ମାମଲାର ଶୁଣାଣିର ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା। ୨୦୧୮ରେ ତତ୍କାଳୀନ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ଣ୍ଣ ଅଦାଲତ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ପରେ ସୁପ୍ରିମ୍କୋର୍ଟ ସମସ୍ତ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣିର ସିଧା ପ୍ରସାରଣ ପ୍ରକ୍ରିୟା ଆରମ୍ଭ କରିଥିଲେ।




