ହ୍ବିଲଚେୟାରରେ କାମ କରୁଛନ୍ତି ମନମୋହନ ସିଂହ, ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ମନମୋହନ ସିଂହ ହ୍ବିଲଚେୟାରରେ ବସି କାମ କରିଛନ୍ତି। ରାଜ୍ୟସଭାରେ ଅବସର ନେବାକୁ ଯାଉଥିବା ସଦସ୍ୟଙ୍କ ପାଇଁ ବିଦାୟୀ ଭାଷଣ ଦେବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ମନମୋହନ ତାଙ୍କ କାର୍ଯ୍ୟ ସଂକ୍ରାନ୍ତରେ ଅତ୍ୟନ୍ତ ସତର୍କ ବୋଲି ମୋଦୀ କହିଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଅବସର […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ମନମୋହନ ସିଂହ ହ୍ବିଲଚେୟାରରେ ବସି କାମ କରିଛନ୍ତି। ରାଜ୍ୟସଭାରେ ଅବସର ନେବାକୁ ଯାଉଥିବା ସଦସ୍ୟଙ୍କ ପାଇଁ ବିଦାୟୀ ଭାଷଣ ଦେବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ମନମୋହନ ତାଙ୍କ କାର୍ଯ୍ୟ ସଂକ୍ରାନ୍ତରେ ଅତ୍ୟନ୍ତ ସତର୍କ ବୋଲି ମୋଦୀ କହିଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଅବସର ନେବାକୁ ଯାଉଥିବା ରାଜ୍ୟସଭା ସଦସ୍ୟଙ୍କୁ ବିଦାୟ ଦେବେ। ଆଜି ଦିନରେ ରାଜ୍ୟସଭା ସଦସ୍ୟମାନେ ରାଷ୍ଟ୍ରପତି ଭବନରେ ଗ୍ରୁପ୍ ଫଟୋ ଉଠାଇଛନ୍ତି। ପରେ ସନ୍ଧ୍ୟା ୬.୩୦ରେ ଧନଖଡ଼ଙ୍କ ବାସଭବନରେ ବିଦାୟୀ କାର୍ଯ୍ୟକ୍ରମ ଅଛି।

Tags: