ହ୍ବାଟ୍ସଆପ୍‌ରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା କେରଳ ଯୁବକଙ୍କ ବିରୋଧରେ ମାମଲା ରୁଜୁ 

ନୂଆଦିଲ୍ଲୀ :  କେରଳର ଥ୍ରିସୁର ଜିଲ୍ଲାର ଜଣେ ବ୍ୟକ୍ତି ଦକ୍ଷିଣ କନ୍ନଡ଼ ଜିଲ୍ଲାର ଜଣେ ମହିଳାଙ୍କୁ ଗତ ୭ ବର୍ଷ ପୂର୍ବେ ବିବାହ କରିଥିଲେ। ଏବେ ସେ ହ୍ବାଟ୍ସଆପ୍‌ରେ ନିଜ ପତ୍ନୀଙ୍କୁ ତିନି ତଲାକ ଦେଇଥିବା ଅଭି‌ଯୋଗ ହୋଇଛି। ଉକ୍ତ ଯୁବକଙ୍କ ବିରୋଧରେ ତାଙ୍କ ପତ୍ନୀ ସୁଲିଆ ଥାନାରେ ମାମଲା ରୁଜୁ କରିଛନ୍ତି।  ଅଭିଯୁକ୍ତ ଯୁବକଙ୍କ ନାଁ ଅବଦୁଲ ରଶିଦ। ସେ ବିଦେଶରେ ରହୁଛନ୍ତି।  ୨ ବର୍ଷ ପୂର୍ବେ ଅବଦୁଲ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ବିଦେଶ […]

Samaya Live Picture
Published On

ନୂଆଦିଲ୍ଲୀ :  କେରଳର ଥ୍ରିସୁର ଜିଲ୍ଲାର ଜଣେ ବ୍ୟକ୍ତି ଦକ୍ଷିଣ କନ୍ନଡ଼ ଜିଲ୍ଲାର ଜଣେ ମହିଳାଙ୍କୁ ଗତ ୭ ବର୍ଷ ପୂର୍ବେ ବିବାହ କରିଥିଲେ। ଏବେ ସେ ହ୍ବାଟ୍ସଆପ୍‌ରେ ନିଜ ପତ୍ନୀଙ୍କୁ ତିନି ତଲାକ ଦେଇଥିବା ଅଭି‌ଯୋଗ ହୋଇଛି। ଉକ୍ତ ଯୁବକଙ୍କ ବିରୋଧରେ ତାଙ୍କ ପତ୍ନୀ ସୁଲିଆ ଥାନାରେ ମାମଲା ରୁଜୁ କରିଛନ୍ତି।  ଅଭିଯୁକ୍ତ ଯୁବକଙ୍କ ନାଁ ଅବଦୁଲ ରଶିଦ। ସେ ବିଦେଶରେ ରହୁଛନ୍ତି।  ୨ ବର୍ଷ ପୂର୍ବେ ଅବଦୁଲ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ବିଦେଶ ଯାଇଥିଲେ। କିନ୍ତୁ ପରେ ତାଙ୍କ ଦ୍ବିତୀୟ ପିଲା ହେବା ସମୟରେ ସେ ତାଙ୍କୁ ଘରେ ଆଣି ଛାଡ଼ି ଦେଇ ଯାଇଥିଲେ। ସେମାନଙ୍କ ମଧ୍ୟରେ କିଛି କାରଣ ପାଇଁ ଝଗଡ଼ା ହୋଇଥିଲା। ଏଥିପାଇଁ ଅବଦୁଲ ତାଙ୍କ ପତ୍ନୀଙ୍କୁ ହ୍ବାଟ୍ସଆପ୍‌ରେ  ତିନି ତଲାକ ଦେଇଛନ୍ତି।

 

Tags: