ହ୍ବାଇଟ ହାଉସରେ ମୋଦୀ, ବାଇଡେନଙ୍କୁ ୭.୫ କ୍ୟାରେଟ୍ ଗ୍ରିନ୍ ଡାଇମଣ୍ଡ, ଚନ୍ଦନକାଠ ବାକ୍ସ ଉପହାର
ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନ୍ୟୁୟର୍କ କାର୍ଯ୍ୟକ୍ରମ ପରେ ୱାସିଂଟନରେ ପହଞ୍ଚିଥିଲେ। ୱାସିଂଟନ ଡିସି ଏୟାର ବେସ୍ରେ ପ୍ରଧାନମନ୍ତ୍ରୀଙ୍କୁ ଲଗାଣ ବର୍ଷା ଭିତରେ ପାରମ୍ପରିକ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରେନ୍ କୋଟ୍ ପିନ୍ଧି ଉଭୟ ଦେଶର ଜାତୀୟ ସଂଗୀତ ଗାନ ପାଇଁ ଛିଡ଼ା ହୋଇଥିଲେ। ଏହାପରେ ମୋଦୀ ହ୍ବାଇଟ୍ ହାଉସ ଅଭିମୁଖେ ବାହାରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ ସ୍ବାଗତ କରିଛନ୍ତି। ବାଇଡେନ […]
ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନ୍ୟୁୟର୍କ କାର୍ଯ୍ୟକ୍ରମ ପରେ ୱାସିଂଟନରେ ପହଞ୍ଚିଥିଲେ। ୱାସିଂଟନ ଡିସି ଏୟାର ବେସ୍ରେ ପ୍ରଧାନମନ୍ତ୍ରୀଙ୍କୁ ଲଗାଣ ବର୍ଷା ଭିତରେ ପାରମ୍ପରିକ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରେନ୍ କୋଟ୍ ପିନ୍ଧି ଉଭୟ ଦେଶର ଜାତୀୟ ସଂଗୀତ ଗାନ ପାଇଁ ଛିଡ଼ା ହୋଇଥିଲେ। ଏହାପରେ ମୋଦୀ ହ୍ବାଇଟ୍ ହାଉସ ଅଭିମୁଖେ ବାହାରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ ସ୍ବାଗତ କରିଛନ୍ତି। ବାଇଡେନ ମୋଦୀଙ୍କ ପାଇଁ ଏକ ସ୍ବତନ୍ତ୍ର ନୈଶ ଭୋଜନର ଆୟୋଜନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋ ବାଇଡେନ ଏବଂ ଜିଲ୍ ବାଇଡେନଙ୍କୁ ଅନେକ ଉପହାର ଦେଇଛନ୍ତି। ମୋଦୀ ବାଇଡେନଙ୍କୁ ଦେଇଥିବା ଉପହାର ମଧ୍ୟରେ ଅଛି ଏକ ଚନ୍ଦନକାଠର ବାକ୍ସ। ଜୟପୂରର ଜଣେ କାଠ କାରିଗର ଏହା ତିଆରି କରିଛନ୍ତି। କର୍ଣ୍ଣାଟକର ମହୀଶୁର କାଠରେ ଏହି ବାକ୍ସ ନିର୍ମାଣ ହୋଇଛି। ଏଥିରେ ରୁପା ଗଣେଶ ମୂର୍ତ୍ତି, ଦୀପ, କପର ପ୍ଲେଟ୍, ୧୦ଟି ସିଲଭର ବକ୍ସ ରହିଛି। କୋଲକାତାର ଜଣେ ରୂପା କାରିଗର ଏହି ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ମୋଦୀ ୧୦ ପ୍ରମୁଖ ଉପନିଷଦ ଦେଇଛନ୍ତି। ଜିଲ ବାଇଡେନଙ୍କୁ ମୋଦୀ ୭.୫ କ୍ୟାରେଟର ଗ୍ରିନ୍ ଡାଇମଣ୍ଡ ଦେଇଛନ୍ତି। ବାଇଡେନ୍ ମୋଦୀଙ୍କୁ ବିଂଶ ଶତାବ୍ଦୀର ଏକ ପୁରୁଣା ଆମେରିକୀୟ ହାତ ତିଆରି ବୁକ୍ ଗ୍ୟାଲେରି ଉପହାର ଦେଇଛନ୍ତି।




