ହେଲିକପ୍ଟରରେ ଚଢ଼ିବା ବେଳେ ତଳେ ଖସି ପଡ଼ି ଆହତ ହେଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦୁର୍ଗାପୁରରେ ହେଲିକପ୍ଟର ଚଢ଼ିବାବେଳେ ତାଙ୍କ ସିଟରେ ବସିବା ସମୟରେ ଖସି ପଡ଼ିଥିଲେ। ମମତା ତଳେ ପଡ଼ିଯାଇ ଆହତ ହୋଇଥିଲେ ଏବଂ ତାଙ୍କୁ ତାଙ୍କ ସୁରକ୍ଷାକର୍ମୀ ସହଯୋଗ କଲେ। ତେବେ ମମତା ଆହତ ହୋଇ ମଧ୍ୟ ତାଙ୍କ ଆସାନସୋଲ ଗସ୍ତ ଜାରି ରଖିଲେ। ତେବେ ଗତ ୬ ସପ୍ତାହ ମଧ୍ୟରେ ମମତା ଦ୍ବିତୀୟ ଥର ପାଇଁ ଆହତ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧୪ ତାରିଖରେ ୬୯ […]

Samaya Live Picture
Published On

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦୁର୍ଗାପୁରରେ ହେଲିକପ୍ଟର ଚଢ଼ିବାବେଳେ ତାଙ୍କ ସିଟରେ ବସିବା ସମୟରେ ଖସି ପଡ଼ିଥିଲେ। ମମତା ତଳେ ପଡ଼ିଯାଇ ଆହତ ହୋଇଥିଲେ ଏବଂ ତାଙ୍କୁ ତାଙ୍କ ସୁରକ୍ଷାକର୍ମୀ ସହଯୋଗ କଲେ। ତେବେ ମମତା ଆହତ ହୋଇ ମଧ୍ୟ ତାଙ୍କ ଆସାନସୋଲ ଗସ୍ତ ଜାରି ରଖିଲେ। ତେବେ ଗତ ୬ ସପ୍ତାହ ମଧ୍ୟରେ ମମତା ଦ୍ବିତୀୟ ଥର ପାଇଁ ଆହତ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧୪ ତାରିଖରେ ୬୯ ବର୍ଷୀୟା ଟିଏମସି ସୁପ୍ରିମୋ ମମତା କୋଲକାତାର କାଳିଘାଟ ସ୍ଥିତ ତାଙ୍କ ବାସଭବନରେ ଖସି ପଡ଼ିଥିଲେ ଏବଂ ତାଙ୍କ କପାଳ ଓ ନାକରେ ଆଘାତ ଲାଗିଥିଲା। ତାଙ୍କୁ କିଛି ଘଣ୍ଟା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା।

Tags: