ହେମା ମାଳିନୀଙ୍କ ଟିପ୍ପଣୀ ପାଇଁ କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ : ନିର୍ବାଚନ କମିସନ ଆଜି ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ରଣଦୀପ ସିଂହ ସୂର୍ଯେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ତଥା ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ବିରୋଧରେ ସୂର୍ଯେୱାଲା ଗତ ସପ୍ତାହରେ ଅଶାଳୀନ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀ ପାଇଁ ନିର୍ବାଚନ କମିସନ ସୂର୍ଯେୱାଲାଙ୍କୁ ନୋଟିସ କରିଛନ୍ତି ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କଠାରୁ ଉକ୍ତ ପ୍ରସଙ୍ଗରେ ଜବାବ ମାଗିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ନିର୍ବାଚନ କମିସନ ଆଜି ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ରଣଦୀପ ସିଂହ ସୂର୍ଯେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ତଥା ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ବିରୋଧରେ ସୂର୍ଯେୱାଲା ଗତ ସପ୍ତାହରେ ଅଶାଳୀନ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀ ପାଇଁ ନିର୍ବାଚନ କମିସନ ସୂର୍ଯେୱାଲାଙ୍କୁ ନୋଟିସ କରିଛନ୍ତି ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କଠାରୁ ଉକ୍ତ ପ୍ରସଙ୍ଗରେ ଜବାବ ମାଗିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କ ସମ୍ମାନ ପ୍ରତି ଧ୍ୟାନ ଦେବାପାଇଁ କମିସନ କିଛି ନିର୍ଦ୍ଦେଶାବଳି ଜାରି କରିଥିଲେ। କମିସନ ଉକ୍ତ ପ୍ରସଙ୍ଗରେ ଖଡ଼ଗେଙ୍କଠାରୁ ଜବାବ ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୂର୍ଯେୱାଲା ହରିୟାଣାରେ ନିର୍ବାଚନ ପ୍ରଚାର କରିବା ସମୟରେ ହେମା ମାଳିନୀଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀ ପାଇଁ ବିଜେପି କଂଗ୍ରେସ ସାଧାରଣ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ କରିଥିଲା। ଏପ୍ରିଲ ୧୧ ସୁଦ୍ଧା ସୂର୍ଯେୱାଲା ଏବଂ ଖଡ଼ଗେ ସେମାନଙ୍କ ଜବାବ ଦାଖଲ କରିବାପାଇଁ କମିସନ କହିଛନ୍ତି।

Tags: