ହେମନ୍ତ ସୋରେନଙ୍କୁ ଇଡି ଜେରା , ରାଜଭବନ ନିକଟରେ ଧାରା ୧୪୪

ରାଞ୍ଚି: ଜମି ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଇଡି ଅଧିକାରୀମାନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ପଚରାଉଚରା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅପରାହ୍ଣ ଗୋଟାଏରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରାଯିବା ପୂର୍ବରୁ ଜେଏମ୍ଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ବିଧାୟକମାନେ କାଙ୍କେ ରୋଡ୍ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକାଠି ହୋଇଥିଲେ। ହେମନ୍ତ ସୋରେନଙ୍କୁ ଗିରଫ କରାଗଲେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କ […]

Samaya Live Picture
Published On

ରାଞ୍ଚି: ଜମି ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଇଡି ଅଧିକାରୀମାନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ପଚରାଉଚରା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅପରାହ୍ଣ ଗୋଟାଏରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରାଯିବା ପୂର୍ବରୁ ଜେଏମ୍ଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ବିଧାୟକମାନେ କାଙ୍କେ ରୋଡ୍ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକାଠି ହୋଇଥିଲେ। ହେମନ୍ତ ସୋରେନଙ୍କୁ ଗିରଫ କରାଗଲେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇଡି ଜେରାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ସରକାର ରାଜ୍ୟରେ ଆଇନଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ଅର୍ଥ ସଚିବଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠନ କରିଛନ୍ତି। ରାଜଭବନଠାରୁ ୧୦୦ ମିଟର ମଧ୍ୟରେ ଧାରା ୧୪୪ ଜାରି ହୋଇଛି। ଆଜିର ପଚରାଉଚରା ପାଇଁ ଇଡି ଅଧିକ ସୁରକ୍ଷା ମାଗିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରଥମ ପସନ୍ଦ। ଏନେଇ ସୋରେନ ପରିବାରରେ ବିବାଦ ଦେଖାଦେଇଥିବା ଜଣାପଡ଼ିଛି। ଇତି ମଧ୍ୟରେ ସୋରେନ ଇଡି ଅଧିକାରୀଙ୍କ ବିରୋଧରେ ପୁଲିସରେ ମାମଲା ରୁଜୁ କରିଛନ୍ତି। ହେମନ୍ତ ସୋରେନଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ କରି ସୋରେନଙ୍କ ସମର୍ଥକମାନେ ଆଜି ତାଙ୍କ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି।

Tags: