ହେଜବୋଲ୍ଲା ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ, ଇସ୍ରାଏଲ ସ୍ତବ୍ଧ

ନୂଆଦିଲ୍ଲୀ : ହେଜବୋଲ୍ଲା କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ଲେବାନନ ପାର୍ଶ୍ବରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ଇସ୍ରାଏଲର ଉତ୍ତର ସୀମା ନିକଟସ୍ଥ ଏକ କ୍ଷେତ ଉପରେ ପଡ଼ିଛି। ଫଳରେ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ପାଟେ ନିବିନ ମାକ୍ସୱେଲ। ସେ କେରଳର କୋଲ୍ଲମ ବାସିନ୍ଦା। ବୟସ ୩୧। ମାକ୍ସୱେଲ ୨ ମାସ ପୂର୍ବେ ଇସ୍ରାଏଲରେ ପହଞ୍ଚିଥିଲେ। ମିସାଇଲ ମାଡ଼ ହେବା ସମୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ହେଜବୋଲ୍ଲା କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ଲେବାନନ ପାର୍ଶ୍ବରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ଇସ୍ରାଏଲର ଉତ୍ତର ସୀମା ନିକଟସ୍ଥ ଏକ କ୍ଷେତ ଉପରେ ପଡ଼ିଛି। ଫଳରେ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ପାଟେ ନିବିନ ମାକ୍ସୱେଲ। ସେ କେରଳର କୋଲ୍ଲମ ବାସିନ୍ଦା। ବୟସ ୩୧। ମାକ୍ସୱେଲ ୨ ମାସ ପୂର୍ବେ ଇସ୍ରାଏଲରେ ପହଞ୍ଚିଥିଲେ। ମିସାଇଲ ମାଡ଼ ହେବା ସମୟରେ ସେ କ୍ଷେତରେ କାମ କରୁଥିଲେ। ତାଙ୍କର ପତ୍ନୀ ଏବଂ ଜଣେ ୫ ବର୍ଷର ଝିଅ ଅଛି। ଅନ୍ୟପକ୍ଷେ ଉକ୍ତ ଘଟଣାରେ ଆହତ ହୋଇଥିବା ଅନ୍ୟ ୨ ଜଣ ଭାରତୀୟ ହେଉଛନ୍ତି ବୁସ ଯୋସେଫ ଜର୍ଜ୍ି ଏବଂ ପୌଲ ମେଲଭିନ। ୨ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ଇସ୍ରାଏଲ ଉକ୍ତ ଘଟଣାରେ ସ୍ତବ୍ଧ ହୋଇଯାଇଛି। ଇତି ମଧ୍ୟରେ ଭାରତରେ ଥିବା ଇସ୍ରାଏଲ ଦୂତାବାସ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆକ୍ରମଣରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କର ଉତ୍ତମ ଚିକିତ୍ସା କରାଯାଉଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

Tags: