ହେଜବୁଲ୍ଲା ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଶତାଧିକ ମୃତ
ତେଲ ଅବିବ: ଲେବାନନରେ ଇସ୍ରାଏଲର ଘନଘନ ବିମାନ ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। କେନ୍ଦ୍ରୀୟ ବେରୁତର ଜନବହୁଳ ବାସ୍ତା ଅଞ୍ଚଳରେ ଏକ ବହୁମହଲା ଆବାସିକ କୋଠା ଉପରେ ହୋଇଥିବା ବିନାଶକାରୀ ଆକ୍ରମଣରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ହେଜବୁଲ୍ଲା ରବିବାର ଇସ୍ରାଏଲ ଉପରକୁ ଅତି କମ୍ରେ ୧୮୫ଟି ରକେଟ୍ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯେଉଁଥିରେ ୭ ଜଣ ଆହତ ହୋଇଥିଲେ। ସେପଟେ ଲେବାନନର ସେନା ଘାଟି ଉପରେ ଇସ୍ରାଏଲର ଆକ୍ରମଣରେ ଜଣେ […]
ତେଲ ଅବିବ: ଲେବାନନରେ ଇସ୍ରାଏଲର ଘନଘନ ବିମାନ ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। କେନ୍ଦ୍ରୀୟ ବେରୁତର ଜନବହୁଳ ବାସ୍ତା ଅଞ୍ଚଳରେ ଏକ ବହୁମହଲା ଆବାସିକ କୋଠା ଉପରେ ହୋଇଥିବା ବିନାଶକାରୀ ଆକ୍ରମଣରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ହେଜବୁଲ୍ଲା ରବିବାର ଇସ୍ରାଏଲ ଉପରକୁ ଅତି କମ୍ରେ ୧୮୫ଟି ରକେଟ୍ ଓ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯେଉଁଥିରେ ୭ ଜଣ ଆହତ ହୋଇଥିଲେ। ସେପଟେ ଲେବାନନର ସେନା ଘାଟି ଉପରେ ଇସ୍ରାଏଲର ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଟାୟାର ଓ ନକୋରା ମଧ୍ୟରେ ଥିବା ଉପକୂଳ ରାସ୍ତାରେ ୧୮ ଜଣ ଆହତ ହୋଇଛନ୍ତି ବୋଲି ଲେବାନନ ସେନା କହିଛି। ସେପଟେ ଜାତିସଂଘ ନିରାପତ୍ତା ପରିଷଦରେ ଅସ୍ତ୍ରବିରତି ପ୍ରସ୍ତାବକୁ ୱାସିଂଟନ ଭିଟୋ କରିବା ପରେ ଗାଜାରେ ଇସ୍ରାଏଲର ଗଣହତ୍ୟା ପାଇଁ ଆମେରିକା ସିଧାସଳଖ ଦାୟୀ ବୋଲି ହମାସ ଅଭିଯୋଗ କରିଛି। ୱାସିଂଟନରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ମାଇକ ହର୍ଜୋଗ କହିଛନ୍ତି ଯେ, ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି କିଛି ଦିନ ମଧ୍ୟରେ ହୋଇପାରେ। ଯଦି ହେଜବୁଲ୍ଲା ଚୁକ୍ତି ଉଲ୍ଲଂଘନ କରେ ତେବେ ଇସ୍ରାଏଲର ଜବାବ ଦେବାର ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବେ ବି ସମାଧାନ ହୋଇପାରିନାହିଁ। ଇସ୍ରାଏଲର ସାନି ଆକ୍ରମଣରେ ବେରୁତର ଦକ୍ଷିଣ ଉପନଗରକୁ ଟାର୍ଗେଟ କରାଯାଇଥିବା ବେଳେ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସୋମବାର ଲେବାନନରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଇଛନ୍ତି। ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷକୁ ରୋକିବା ପାଇଁ ଉଭୟ ଇସ୍ରାଏଲ ଓ ଲେବାନନ ପାରସ୍ପରିକ ଗ୍ରହଣୀୟ ସର୍ତ୍ତାବଳିରେ ପହଞ୍ଚିଛନ୍ତି ବୋଲି ଆମେରିକୀୟ ସମ୍ବାଦ ସଂସ୍ଥା ପ୍ରକାଶ କରିଛି।




