ହୁଗୁଳିରେ ସ୍ବାଧୀନ ପ୍ରାର୍ଥୀଙ୍କ ଝିଅଙ୍କ ମୁଣ୍ଡକୁ ଗୁଳିମାଡ଼
କୋଲକାତା : ପଶ୍ଚିମବଙ୍ଗରେ ଆଜି ଭୋଟ୍ ଗ୍ରହଣ ଦିନ ଅତି ଭୟଙ୍କର ହିଂସା ଉପୁଜିଛି। ହୁଗୁଳି ଜିଲ୍ଲାରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଝିଅଙ୍କ କପାଳରେ ଗୁଳିମାଡ଼ ହୋଇଛି। ଟିଏମ୍ସି କର୍ମୀମାନେ ଏହି କାଣ୍ଡ ଘଟାଇଛନ୍ତି। ତାରକେଶ୍ବରରେ ଆଜି ଏହି ଘଟଣା ଘଟିଛି। କିନ୍ତୁ ଟିଏମ୍ସି ଏହି ଅଭିଯୋଗକୁ ଖଣ୍ଡନ କରିଛି। ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ସିଂହଙ୍କ ଝିଅ ଚନ୍ଦନା ସିଂହଙ୍କ ମୁଣ୍ଡକୁ ଗୁଳିମାଡ଼ ହୋଇଛି। ପିଣ୍ଟୁ ସିଂହ ଦାବି କରିଛନ୍ତି ଯେ କିଛି ଦୁର୍ବୃତ୍ତ ଆଜି ତାଙ୍କ […]
କୋଲକାତା : ପଶ୍ଚିମବଙ୍ଗରେ ଆଜି ଭୋଟ୍ ଗ୍ରହଣ ଦିନ ଅତି ଭୟଙ୍କର ହିଂସା ଉପୁଜିଛି। ହୁଗୁଳି ଜିଲ୍ଲାରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଝିଅଙ୍କ କପାଳରେ ଗୁଳିମାଡ଼ ହୋଇଛି। ଟିଏମ୍ସି କର୍ମୀମାନେ ଏହି କାଣ୍ଡ ଘଟାଇଛନ୍ତି। ତାରକେଶ୍ବରରେ ଆଜି ଏହି ଘଟଣା ଘଟିଛି। କିନ୍ତୁ ଟିଏମ୍ସି ଏହି ଅଭିଯୋଗକୁ ଖଣ୍ଡନ କରିଛି। ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ସିଂହଙ୍କ ଝିଅ ଚନ୍ଦନା ସିଂହଙ୍କ ମୁଣ୍ଡକୁ ଗୁଳିମାଡ଼ ହୋଇଛି। ପିଣ୍ଟୁ ସିଂହ ଦାବି କରିଛନ୍ତି ଯେ କିଛି ଦୁର୍ବୃତ୍ତ ଆଜି ତାଙ୍କ ଘରେ ପଶି ତାଙ୍କ ପରିବାର ସଦସ୍ୟଙ୍କୁ ମାଡ଼ପିଟ କରିଥିଲେ। ଏହାର ପ୍ରତିବାଦ କରିବାରୁ ସେମାନେ ଝିଅର ମୁଣ୍ଡକୁ ଗୁଳି କରିଥିଲେ। ଚନ୍ଦନା ସିଂହଙ୍କୁ ଏବେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଗୁଳି ଏବଂ ବୋମା ଜବତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଶାସକ ଟିଏମ୍ସି ପିଣ୍ଟୁ ସିଂହଙ୍କ ଟିକେଟ ନଦେବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଲେ। ଆଜି ବିିଭିନ୍ନ ସ୍ଥାନରେ ଲୋକ ଭୋଟିଂ ବୁଥ୍ରେ ପଶି ବାଲଟ୍ ବାକ୍ସ ଭଙ୍ଗାରୁଜା କରିଛନ୍ତି। ରାଜ୍ୟପାଳ ସିଭି ଆନନ୍ଦ ବୋସ ଆଜି ଉତ୍ତର ୨୪ ପ୍ରଗଣାର ବିଭିନ୍ନ ସ୍ଥାନ ବୁଲିଛନ୍ତି ଏବଂ ହିଂସାରେ ଆହତ ଲୋକଙ୍କୁ ଭେଟିଛନ୍ତି। ଭୋଟରଙ୍କ ସହ ସେ କଥା ହୋଇଛନ୍ତି।




