ହିମାଳୟ ଅଭିମୁଖେ ବାହାରିଲେ ଉମା ଭାରତୀ
ଭୋପାଳ : ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ରାଜନୈତିକ ମୋହମାୟା ଛାଡ଼ି ହିମାଳୟ ଅଭିମୁଖେ ବାହାରିଛନ୍ତି। ୨୦୦୩ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ବିପୁଳ ବିଜୟ ହାସଲ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଉମାଙ୍କୁ ଚଳିତ ନିର୍ବାଚନରେ କିଛି ଦାୟିତ୍ବ ମିଳିନାହିଁ। ଏପରିକି ଉମା ଭାରତୀ ଦଳର ତାରକା ପ୍ରଚାରକ ତାଲିକାରେ ମଧ୍ୟ ନାହାନ୍ତି। ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉମା ଭାରତୀ ରାଜନୀତିର ମୁଖ୍ୟସ୍ରୋତରୁ ଦୂରେଇ ରହିଛନ୍ତି। ଚଳିତ ନିର୍ବାଚନ ପ୍ରକ୍ରିୟାରେ […]
ଭୋପାଳ : ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ରାଜନୈତିକ ମୋହମାୟା ଛାଡ଼ି ହିମାଳୟ ଅଭିମୁଖେ ବାହାରିଛନ୍ତି। ୨୦୦୩ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ବିପୁଳ ବିଜୟ ହାସଲ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଉମାଙ୍କୁ ଚଳିତ ନିର୍ବାଚନରେ କିଛି ଦାୟିତ୍ବ ମିଳିନାହିଁ। ଏପରିକି ଉମା ଭାରତୀ ଦଳର ତାରକା ପ୍ରଚାରକ ତାଲିକାରେ ମଧ୍ୟ ନାହାନ୍ତି। ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉମା ଭାରତୀ ରାଜନୀତିର ମୁଖ୍ୟସ୍ରୋତରୁ ଦୂରେଇ ରହିଛନ୍ତି। ଚଳିତ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିନଥିବା ଉମା ଭାରତୀ ହିମାଳୟ ଯାଉଥିବା ଘୋଷଣା କରିଛନ୍ତି। ଉମା ଭାରତୀ ଏକ ଟ୍ବିଟ୍ କରି କହିଛନ୍ତି, ଆଜି ମୁଁ ମୋ ଜନ୍ମସ୍ଥାନ ଟିକମଗଡ଼ର ଦୁନ୍ଦା ଗ୍ରାମକୁ ଯିବି। ସେଠାରେ ମୁଁ ମୋ ମାତୃ ଏବଂ ପିତୃ କୂଳର ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାପରେ ଓର୍ଚ୍ଚା ରାମରାଜ ସରକାରଙ୍କୁ ପୂଜାର୍ଚ୍ଚନା କରିବି ଏବଂ ଏହାପରେ ମୁଁ ହିମାଳୟ ଯିବି। ରାଜ୍ୟରେ ନିଜ ଦଳର ସରକାରକୁ ବିରୋଧ କରୁଥିବା ଉମା ଭାରତୀ କହିଛନ୍ତି, ମୁଁ ଭଗବାନଙ୍କ ପାଖରେ ଏହା ପ୍ରାର୍ଥନା କରୁଛି ଯେ ଆମ ସରକାର ଗଠନ ହେବ ଏବଂ ମୋର ଏବଂ ଅନ୍ୟମାନଙ୍କର ଅପୂରା ଆକାଂକ୍ଷା ପୂରଣ ହେବ।




