ହିମାଚଳ ବର୍ଷାରେ ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ହିମାଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ପୃଥକ୍ ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଗତରାତିରେ ବାଦଲଫଟା ବର୍ଷା ଯୋଗୁଁ ସୋଲନ ଜିଲ୍ଲାରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଶିମଲା ସହରର ସମର୍ ହିଲ୍ ଅଞ୍ଚଳରେ ଏକ ଶିବ ମନ୍ଦିର ଭୂସ୍ଖଳନରେ ଭୁଶୁଡ଼ି ପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୨୦ ଲୋକ ମନ୍ଦିର […]

Samaya Live Picture
Published On

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ହିମାଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ପୃଥକ୍ ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଗତରାତିରେ ବାଦଲଫଟା ବର୍ଷା ଯୋଗୁଁ ସୋଲନ ଜିଲ୍ଲାରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଶିମଲା ସହରର ସମର୍ ହିଲ୍ ଅଞ୍ଚଳରେ ଏକ ଶିବ ମନ୍ଦିର ଭୂସ୍ଖଳନରେ ଭୁଶୁଡ଼ି ପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୨୦ ଲୋକ ମନ୍ଦିର ଭଗ୍ନାବଶେଷ ତଳେ ଫସିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ରାଜ୍ୟରେ ମୋଟ୍ ୨ ଦିନ ମଧ୍ୟରେ ବର୍ଷା ଜନିତ କାରଣ ପାଇଁ ୨୧ ଜଣଙ୍କର ମୃତ୍ୟୁ ହେଲାଣି। ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଘରେ ରହିବାପାଇଁ ଅନୁରୋଧ କରିଛନ୍ତି ଏବଂ ଡ୍ରେନ୍ ଓ ନଦୀ ନିକଟକୁ ଯିବାପାଇଁ ବାରଣ କରିଛନ୍ତି। ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଦୂରେଇ ରହିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ଶିମଲାର ଡେପୁଟି କମିସନର ଆଦିତ୍ୟ ନେଗି କହିଛନ୍ତି, ଶିମଲା ସହରରେ ୨ଟି ଭୂସ୍ଖଳନରେ ୧୫ରୁ ୨୦ ଲୋକ ପୋତି ହୋଇଯାଇଥିବା ଭୟ କରାଯାଉଛି। ସୋଲନ ଜିଲ୍ଲାର ମାମ୍ଲିଗ ଗ୍ରାମରେ ୬ ଜଣ ଲୋକ ବାଦଲଫଟା ବର୍ଷାରେ ଭାଶି ଯାଉଥିଲେ। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ପ୍ରଭାବିତ ପରିବାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: