ହିମାଚଳ, ଦିଲ୍ଲୀରେ ବର୍ଷା ବିପର୍ଯ୍ୟୟ , ୧୬ ମୃତ

ନୂଆଦିଲ୍ଲୀ : ହିମାଚଳପ୍ରଦେଶ, ଦିଲ୍ଲୀ, ପଂଜାବ ,ହରିୟାଣାରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷା ଯୋଗୁଁ ହିମାଚଳପ୍ରଦେଶ ଅତି ମାତ୍ରାରେ ପ୍ରଭାବିତ ‌ହୋଇଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ହିମାଚଳପ୍ରଦେଶରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶରେ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ହିମାଚଳରେ ରେଡ ଆଲର୍ଟ ଜାରି ହୋଇଛି। ଲୋକମା‌ନେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ନବାହାରି ଘରେ ରହିବାପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ : ହିମାଚଳପ୍ରଦେଶ, ଦିଲ୍ଲୀ, ପଂଜାବ ,ହରିୟାଣାରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷା ଯୋଗୁଁ ହିମାଚଳପ୍ରଦେଶ ଅତି ମାତ୍ରାରେ ପ୍ରଭାବିତ ‌ହୋଇଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ହିମାଚଳପ୍ରଦେଶରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶରେ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ହିମାଚଳରେ ରେଡ ଆଲର୍ଟ ଜାରି ହୋଇଛି। ଲୋକମା‌ନେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ନବାହାରି ଘରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ ଅନୁରୋଧ କରିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଏହି ସମାନ ଅନୁରୋଧ କରିଛନ୍ତି। ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ହୋଇ ଅନେକ ଘରଦ୍ବାର ଏବଂ ସମ୍ପତ୍ତି ନଷ୍ଟ ହୋଇଛି। ରାଜ୍ୟର ୧୦ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି ହୋଇଛି।
ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି। ଆଇଏମ୍‌ଡି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ୧୫୩ ମିମି ବର୍ଷାଜଳ ଗ୍ରହଣ କରିଛି। ବର୍ଷା ଜନିତ କାରଣ ପାଇଁ ଦିଲ୍ଲୀରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଯମୁନା ନଦୀ ଜଳ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଦିଲ୍ଲୀ କ୍ୟାବିନେଟ୍‌ ମନ୍ତ୍ରୀ ଅତିଶୀ ଆଜି ବୋଟ୍‌ରେ ଯାଇ ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ନେଇ ସମୀକ୍ଷା କରିଛନ୍ତି। ନଦୀ ନିକଟସ୍ଥ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଖାଲି କରାଯାଇଛି।

Tags: