ହିମାଚଳ, ଉତ୍ତରାଖଣ୍ଡ ବର୍ଷା ଜନିତ ମୃତ୍ୟୁସଂଖ୍ୟା ୮୧ ପହଞ୍ଚିଲା

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ଜନିତ ମୃତ୍ୟୁସଂଖ୍ୟା ୮୧ରେ ପହଞ୍ଚିଛି। ୪ ଦିନର ବର୍ଷାରେ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳରେ ବର୍ଷା ଏବଂ ଭୂସ୍ଖଳନରେ ୩ ଦିନରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଏବେ ବି ନିଖୋଜ ଅଛନ୍ତି। ଶିମ୍‌ଲାର ସମରହିଲ୍‌ରେ ଭୁଶୁଡ଼ି ପଡ଼ିଥିବା ଶିବ ମନ୍ଦିରର ଭଗ୍ନାବଶେଷ ତଳୁ ଆଜି ଆଉ ଏକ ମୃତଦେହ ବାହାର କରାଯାଇଛି। ଏହି ମୃତଦେହ ହିମାଚଳପ୍ରଦେଶ ୟୁନିଭର୍ସିଟିର ଜ‌ଣେ ପ୍ରଫେସରଙ୍କର ବୋଲି ଜଣାପଡ଼ିଛି। ସମରହିଲ୍‌ […]

Samaya Live Picture
Published On

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ଜନିତ ମୃତ୍ୟୁସଂଖ୍ୟା ୮୧ରେ ପହଞ୍ଚିଛି। ୪ ଦିନର ବର୍ଷାରେ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳରେ ବର୍ଷା ଏବଂ ଭୂସ୍ଖଳନରେ ୩ ଦିନରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଏବେ ବି ନିଖୋଜ ଅଛନ୍ତି। ଶିମ୍‌ଲାର ସମରହିଲ୍‌ରେ ଭୁଶୁଡ଼ି ପଡ଼ିଥିବା ଶିବ ମନ୍ଦିରର ଭଗ୍ନାବଶେଷ ତଳୁ ଆଜି ଆଉ ଏକ ମୃତଦେହ ବାହାର କରାଯାଇଛି। ଏହି ମୃତଦେହ ହିମାଚଳପ୍ରଦେଶ ୟୁନିଭର୍ସିଟିର ଜ‌ଣେ ପ୍ରଫେସରଙ୍କର ବୋଲି ଜଣାପଡ଼ିଛି। ସମରହିଲ୍‌ ମନ୍ଦିର ଭୁଶୁଡ଼ିବା ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହେଲାଣି। ଆହୁରି ୭-୮ ଜଣ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସମରହିଲ୍‌ରେ ଲଗାତାର ୪ ଦିନ ଧରି ଉଦ୍ଧାର ଅପ‌ିରେସନ୍‌ ଜାରି ରହିଛି। ହିଭମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କାଙ୍ଗ୍ରା ଜିଲ୍ଲାର ଇନ୍ଦୋ ରା ଏବଂ ଫତେପୁରରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ରୋପର, ପଠାନକୋଟ ଏବଂ ଗୁରଦାସପୁର ଜିଲ୍ଲାରେ ୬୫ରୁ ଅଧିକ ଗାଁ ବନ୍ୟାଜଳରେ ବୁଡ଼ିଯାଇଛି। ଇତି ମଧ୍ୟରେ ପାଣିପାଗ ବିଭାଗ ଆକଳନ କରିଛି ଯେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ହିମାଚଳ ଏବଂ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷେ ଉତ୍ତରାଖଣ୍ଡରେ ବର୍ଷା ଜନିତ କାରଣ ପାଇଁ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି। ହରିୟାଣାର କୁରୁକ୍ଷେତ୍ରରୁ ଉତ୍ତରାଖଣ୍ଡର ଋଷିକେଶକୁ ଛୁଟି କାଟିବାକୁ ଆସିଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଛି। ଯୋଶୀମଠଠାରୁ ୧୩ କିମି ଦୂର ହେଲାଙ୍ଗରେ ଏକ ୨ ମହଲା ଘର ଭୁଶୁଡ଼ି ପଡ଼ିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

Tags: