ହିମାଚଳ, ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ୬୬ ମୃତ

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ୬୬ରେ ପହଞ୍ଚିଲାଣି। ବିଭିନ୍ନ ସ୍ଥାନରେ ଉଦ୍ଧାର ଅପରେସନ୍ ଜାରି ରହିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଅଗଷ୍ଟ ୧୩ରୁ ହିମାଚଳରେ ପ୍ରବଳ ବର୍ଷା ଲାଗି ରହିଛି। କେବଳ ହିମାଚଳରେ ୬୦ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି […]

Samaya Live Picture
Published On

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ମୃତ୍ୟୁସଂଖ୍ୟା ୬୬ରେ ପହଞ୍ଚିଲାଣି। ବିଭିନ୍ନ ସ୍ଥାନରେ ଉଦ୍ଧାର ଅପରେସନ୍ ଜାରି ରହିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଅଗଷ୍ଟ ୧୩ରୁ ହିମାଚଳରେ ପ୍ରବଳ ବର୍ଷା ଲାଗି ରହିଛି। କେବଳ ହିମାଚଳରେ ୬୦ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ଦିନ ଉଦ୍ଧାରକାରୀ ଦଳ ହିମାଚଳରେ ଭୂସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ମନ୍ଦିର ଏବଂ ଘରର ଭଗ୍ନାବଶେଷ ତଳୁ ୩ ମୃତଦେହ ବାହାର କରିଛନ୍ତି। ଶିମ୍ଲାରେ ଶିବ ମନ୍ଦିର ଭୁଶୁଡ଼ିବା ଘଟଣାରେ ପୁଣି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଶିମ୍ଲାର ସ୍ଥାନୀୟ କ୍ରୀଷ୍ଣନଗରରୁ ୬ ଅସ୍ଥାୟୀ ଘର ସମେତ ମୋଟ୍ ୮ଟି ଘର ଭୁଶୁଡ଼ି ପଡ଼ିଛି। ଖରାପ୍ ପାଗ ଯୋଗୁଁ ଆଜି ମଧ୍ୟ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅଗଷ୍ଟ ୧୯ ପର୍ଯ୍ୟନ୍ତ ହିମାଚଳ ବିଶ୍ବବିଦ୍ୟାଳୟ ବନ୍ଦ ରହିଛି। ଏନ୍ଡିଆରଏଫ୍ ଏବଂ ଏସଡିଆରଏଫ୍ ସେନା ସହ ଉଦ୍ଧାର ଅପରେସନ୍ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଙ୍ଗଳବାର ଦିନ ରାଜ୍ୟରେ ବର୍ଷା ଏବଂ ଭୂସ୍ଖଳନ ସ୍ଥିତି ସମୀକ୍ଷା କରିଛନ୍ତି। କାଙ୍ଗ୍ରା ନିକଟସ୍ଥ ତଳିଆ ଅଞ୍ଚଳରୁ ୮୦୦ରୁ ଅଧିକ ଲୋକଙ୍କ ଖାଲି କରାଯାଇଛି। ଅନ୍ୟପକ୍ଷେ ଉତ୍ତରାଖଣ୍ଡରେ ବର୍ଷା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି ହୋଇଛି।

Tags: