ହିମାଚଳରେ ଭୂସ୍ଖଳନ , ତାସ୍ ଘର ଭଳି ଭାଙ୍ଗିଗଲା ୭ କୋଠା
ନୂଆଦିଲ୍ଲୀ : ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରେ ପୁଣି ବର୍ଷା ବିତ୍ପାତ କରିଛି। ପ୍ରବଳ ବର୍ଷା ଯୋଗୁଁ କୁଲ୍ଲୁରେ ଭୂସ୍ଖଳନ ହୋଇ ଆଜି ୭ଟି ଘର ତାସ୍ଘର ଭଳି ଭାଙ୍ଗିଯାଇଥିଲା। ୭ଟି କୋଠା ଭୁଶୁ୍ଡ଼ୁଥିବାର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟ ଏକ କୋଠା ବି ଅତି ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ହିମାଚଳ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇତି ମଧ୍ୟରେ ଉଭୟ ରାଜ୍ୟରେ ଆଇଏମ୍ଡି […]
ନୂଆଦିଲ୍ଲୀ : ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରେ ପୁଣି ବର୍ଷା ବିତ୍ପାତ କରିଛି। ପ୍ରବଳ ବର୍ଷା ଯୋଗୁଁ କୁଲ୍ଲୁରେ ଭୂସ୍ଖଳନ ହୋଇ ଆଜି ୭ଟି ଘର ତାସ୍ଘର ଭଳି ଭାଙ୍ଗିଯାଇଥିଲା। ୭ଟି କୋଠା ଭୁଶୁ୍ଡ଼ୁଥିବାର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟ ଏକ କୋଠା ବି ଅତି ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ହିମାଚଳ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇତି ମଧ୍ୟରେ ଉଭୟ ରାଜ୍ୟରେ ଆଇଏମ୍ଡି ରେଡ୍ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି। ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ହିମାଚଳପ୍ରଦେଶରେ ୧୨ ଜଣଙ୍କ ମୃତ୍ୟୁୃ ହୋଇଥିଲା ଏବଂ ଉତ୍ତରାଖଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି। ହିମାଚଳର ୬ ଜିଲ୍ଲାରେ ଆଇଏମଡି ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି। କାଙ୍ଗ୍ରା, କୁଲ୍ଲୁ, ମଣ୍ଡି, ଶିମଲା, ସୋଲନ ଏବଂ ସିରମୌର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି ହୋଇଛି। ଶିମଲା ,ମଣ୍ଡି ଏବଂ ସୋଲନ ଜିଲ୍ଲାରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଏବଂ କଲେଜ ବନ୍ଦ କରାଯାଇଛି। ଲଗାଣ ବର୍ଷାରେ କୁଲ୍ଲୁ-ମଣ୍ଡି ରୋଡ୍ ନଷ୍ଟ ହୋଇଯାଇଥିବାରୁ ଶତାଧିକ ଗାଡ଼ି ରାସ୍ତା ଉପରେ ଫସି ରହିଛି। ରାଜ୍ୟରେ ଏବେ ୭୦୯ ରାସ୍ତା ବନ୍ଦ ରହିଛି। ହିମାଚଳରେ ଚଳିତ ମାସରେ କେବଳ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଜୁନ୍ ୨୪ରେ ମୌସୁମୀ ଆରମ୍ଭ ହେବା ପରଠାରୁ ଏଯାବତ ମୋଟ୍ ୨୩୮ ଲୋକଙ୍କ ମୃତ୍ୟୁ ହେଲାଣି। ଆହୁରି ୪୦ ଲୋକ ନିଖୋଜ ଅଛନ୍ତି।
.




