ହିମାଚଳରେ ବାଦଲ ଫଟା ବର୍ଷା, ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁଁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ହିମାଚଳପ୍ରଦେଶର ସିରମୌରରେ ଏହି ଘଟଣା ଘଟିଛି। ବାଦଲ ଫଟା ବର୍ଷା ଯୋଗୁଁ ଗୋଟିଏ ପରିବାରର ୫ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମର ଶରୀର ଭାଙ୍ଗି ଯାଇଥିବା ଘରର ଇଟା, ପଥର ତଳୁ ମିଳିଛି। ସିରମୌର ଡିଇଓସି ଆଜି ଏହା ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର ଅପରେସନ୍ ମଧ୍ୟ ଜାରି ରହିଥିବା ସେ କହିଛନ୍ତି। ଏଥିସହ ହିମାଚଳରେ ଜୁନ୍ […]

Samaya Live Picture
Published On

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁଁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ହିମାଚଳପ୍ରଦେଶର ସିରମୌରରେ ଏହି ଘଟଣା ଘଟିଛି। ବାଦଲ ଫଟା ବର୍ଷା ଯୋଗୁଁ ଗୋଟିଏ ପରିବାରର ୫ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମର ଶରୀର ଭାଙ୍ଗି ଯାଇଥିବା ଘରର ଇଟା, ପଥର ତଳୁ ମିଳିଛି। ସିରମୌର ଡିଇଓସି ଆଜି ଏହା ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର ଅପରେସନ୍ ମଧ୍ୟ ଜାରି ରହିଥିବା ସେ କହିଛନ୍ତି। ଏଥିସହ ହିମାଚଳରେ ଜୁନ୍ ୨୪ରେ ମୌସୁମୀ ଆରମ୍ଭ ହେବାଠାରୁ ଏଯାବତ ମୋଟ୍ ୨୨୩ ଜଣଙ୍କର ମୃତ୍ୟୁ ହେଲାଣି। ୨୯୫ ଜଣ ଆହତ ହୋଇଛନ୍ତି। ପାଖାପାଖି ୮୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଏବଂ ୭,୫୦୦ ଘର ଆଂଶିକ ଭାଙ୍ଗି ଯାଇଛି। ତେବେ ନିକଟରେ ହୋଇଥିବା ବନ୍ୟାରେ ହିମାଚଳରେ ୮ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

Tags: