ହିମାଚଳରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୩୮୦କୁ ବୃଦ୍ଧି
ସିମଲା: ଚଳିତ ବର୍ଷ ବର୍ଷା, ବନ୍ୟା ଓ ଭୂସ୍ଖଳନ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି। ଅନେକ ରାସ୍ତା ଧୋଇଯିବା ଯୋଗୁ ଯୋଗାଯୋଗ ସମସ୍ୟା ଦେଖାଦେଇଥିଲା। ଏପର୍ଯ୍ୟନ୍ତ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ୪ ,୩୦୬କୋଟି ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କ୍ଷୟକ୍ଷତି ରିପୋର୍ଟ ପ୍ରକାଶ କରିଛନ୍ତି। ଭୂସ୍ଖଳନ, ବାଦଲଫଟା ବର୍ଷା ଏବଂ ଅଚାନକ ବନ୍ୟା ଆସିବା ଯୋଗୁଁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୩୭ଟି ଭୂସ୍ଖଳନ ଘଟି […]
ସିମଲା: ଚଳିତ ବର୍ଷ ବର୍ଷା, ବନ୍ୟା ଓ ଭୂସ୍ଖଳନ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି। ଅନେକ ରାସ୍ତା ଧୋଇଯିବା ଯୋଗୁ ଯୋଗାଯୋଗ ସମସ୍ୟା ଦେଖାଦେଇଥିଲା। ଏପର୍ଯ୍ୟନ୍ତ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ୪ ,୩୦୬କୋଟି ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କ୍ଷୟକ୍ଷତି ରିପୋର୍ଟ ପ୍ରକାଶ କରିଛନ୍ତି। ଭୂସ୍ଖଳନ, ବାଦଲଫଟା ବର୍ଷା ଏବଂ ଅଚାନକ ବନ୍ୟା ଆସିବା ଯୋଗୁଁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୩୭ଟି ଭୂସ୍ଖଳନ ଘଟି ୪୮ ଜଣଙ୍କ ମୃତ୍ୟୁ ହୋଇଛି। ୯୭ଟି ଅଚାନକ ବନ୍ୟା ଘଟଣାରେ ୧୧ ଜଣ ଏବଂ ୪୫ ଥର ବାଦଲଫଟା ବର୍ଷା ଯୋଗୁଁ ୧୭ ଜଣଙ୍କ ଜୀବନ ଯାଇଛି। ମୌସୁମୀ ବର୍ଷା ଭିତ୍ତିଭୂମି ଓ ଘରୋଇ ସମ୍ପତ୍ତିକୁ ବ୍ୟାପକ ଭାବେ ପ୍ରଭାବିତ କରିଥିଲା।




