ହିମାଚଳରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୨୯୫କୁ ବୃଦ୍ଧି

ସିମଲା: ହିମାଚଳପ୍ରଦେଶ ବର୍ଷା ଦ୍ବାରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସେବେଠାରୁ ଏପର୍ଯ୍ୟନ୍ତ ୨୯୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୧ ଜଣଙ୍କର ବର୍ଷା, ଭୂସ୍ଖଳନ, ଆକସ୍ମିକ ବନ୍ୟା, ଘର କାନ୍ଥ ଭୁଶୁଡ଼ିବା ଯୋଗୁଁ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୧୦୪ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସଡିଏମ୍‌ଏ) ପକ୍ଷରୁ କୁହାଯାଇଛି। ଭୂସ୍ଖଳନ ଏବଂ କାଦୁଅ-ପଙ୍କ ମିଶା ପାଣି ପ୍ରବାହିତ ହେଉଥିବାରୁ ଜାତୀୟ ରାଜପଥ ୩୦୫ ବିଭିନ୍ନ ସ୍ଥାନରେ ବନ୍ଦ ରହିଛି। ମଣ୍ଡିରେ […]

ହିମାଚଳରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୨୯୫କୁ ବୃଦ୍ଧି
Samaya Live Picture
Published On

ସିମଲା: ହିମାଚଳପ୍ରଦେଶ ବର୍ଷା ଦ୍ବାରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସେବେଠାରୁ ଏପର୍ଯ୍ୟନ୍ତ ୨୯୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୧ ଜଣଙ୍କର ବର୍ଷା, ଭୂସ୍ଖଳନ, ଆକସ୍ମିକ ବନ୍ୟା, ଘର କାନ୍ଥ ଭୁଶୁଡ଼ିବା ଯୋଗୁଁ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୧୦୪ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସଡିଏମ୍‌ଏ) ପକ୍ଷରୁ କୁହାଯାଇଛି। ଭୂସ୍ଖଳନ ଏବଂ କାଦୁଅ-ପଙ୍କ ମିଶା ପାଣି ପ୍ରବାହିତ ହେଉଥିବାରୁ ଜାତୀୟ ରାଜପଥ ୩୦୫ ବିଭିନ୍ନ ସ୍ଥାନରେ ବନ୍ଦ ରହିଛି। ମଣ୍ଡିରେ ୧୬୨ଟି, କୁଲ୍ଲୁରେ ୧୦୫ ଏବଂ କାଙ୍ଗ୍ରାରେ ୨୧ଟି ରାସ୍ତା ବନ୍ଦ ଅଛି। ବିଦ୍ୟୁତ ଯୋଗାଣ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ମଣ୍ଡି ଜିଲା। ଏଠାରେ ୮୬ଟି ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିବାବେଳେ ୭୭ଟି ବାଧାପ୍ରାପ୍ତ ହୋଇଛି। କୁଲ୍ଲୁରେ ୭୫ଟି ଏବଂ ମଣ୍ଡିରେ ୪୩ ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏହା ଅଧିକ ଗତିରେ ତ୍ବରାନ୍ବିତ ହୋଇପାରୁନି।

Tags: