ହିମାଚଳରେ କଙ୍ଗନାଙ୍କୁ କଳା ପତାକା ଦେଖାଇ ବିରୋଧ

ସିମ୍‌ଲା: ହିମାଚଳପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ଗୁରୁବାର ମଣ୍ଡି ନିର୍ବାଚନମଣ୍ଡଳୀ ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। କଙ୍ଗନା ଆଜି ମନାଲିର ପତଲିକୁହାଲ୍‌ ଅଞ୍ଚଳକୁ ଯିବା ସମୟରେ କିଛି ଲୋକ ତାଙ୍କୁ ବିରୋଧ କରିଥିଲେ। ସେମାନେ କଳା ପତାକା ଦେଖାଇଥିଲେ ଏବଂ ‘ଗୋ ବ୍ୟାକ୍‌ କଙ୍ଗନା’ ସ୍ଲୋଗାନ୍‌ ଦେଇଥିଲେ। ଏହି ସମୟ‌ରେ କଙ୍ଗାନା ଆଜି ମଣ୍ଡିରେ […]

ହିମାଚଳରେ କଙ୍ଗନାଙ୍କୁ କଳା ପତାକା ଦେଖାଇ ବିରୋଧ
Samaya Live Picture
Published On

ସିମ୍‌ଲା: ହିମାଚଳପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରାଣାୱତ ଗୁରୁବାର ମଣ୍ଡି ନିର୍ବାଚନମଣ୍ଡଳୀ ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। କଙ୍ଗନା ଆଜି ମନାଲିର ପତଲିକୁହାଲ୍‌ ଅଞ୍ଚଳକୁ ଯିବା ସମୟରେ କିଛି ଲୋକ ତାଙ୍କୁ ବିରୋଧ କରିଥିଲେ। ସେମାନେ କଳା ପତାକା ଦେଖାଇଥିଲେ ଏବଂ ‘ଗୋ ବ୍ୟାକ୍‌ କଙ୍ଗନା’ ସ୍ଲୋଗାନ୍‌ ଦେଇଥିଲେ। ଏହି ସମୟ‌ରେ କଙ୍ଗାନା ଆଜି ମଣ୍ଡିରେ ବନ୍ୟା ପ୍ରଭାବିତ ଲୋକଙ୍କ ସହ କଥା ହେବା ସମୟରେ ହିମାଚଳ ବନ୍ୟାରେ ନିଜର କଷ୍ଟଦାୟକ ସ୍ଥିତିକୁ ନେଇ ଏକ ଟିପ୍ପଣୀ ଦେଇଥିଲେ। ଏନେଇ ରାଣାୱତଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି ଏବଂ ଏଥିରେ ଦେଖିବାକୁ ମିଳିଛି ଯେ ରାଣାୱତ ଜଣେ ମହିଳାଙ୍କୁ କହୁଛନ୍ତି, ‘ଚିନ୍ତା କର, ମୁଁ କେଉଁ ସ୍ଥିତି ଦେଇ ଗତି କରୁଛି। ମୋର ମଧ୍ୟ ଏଠାରେ ଏକ ରେସ୍ତୋରାଁ ଅଛି। ମୁଁ ଗତକାଲି କେବଳ ୫୦ ଟଙ୍କାର ବ୍ୟବସାୟ କରିଛି। ମତେ ୧୫ ଲକ୍ଷ ଟଙ୍କା ଦରମା ଦେବାର ଅଛି। ମୁଁ ବି ମଣିଷ। କଙ୍ଗନା ଏମିତି କଥା‌ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସମୟରେ କହିଥିବା ଶୁଣିବାକୁ ମିଳିଛି।

Tags: