ହିମନ୍ତ ବିଶ୍ବ ଶର୍ମାଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ନିର୍ବାଚନ କମିସନ ନୋଟିସ କରିଛନ୍ତି। ଛତିଶଗଡ଼ରେ ଗତ ୧୮ ତାରିଖରେ ନିର୍ବାଚନ ପ୍ରଚାର ବେଳେ ସେ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କୁ ନୋଟିସ୍‌ କରାଯାଇଛି। ଆସନ୍ତା ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଶର୍ମାଙ୍କୁ ଉକ୍ତ ନୋଟିସ୍‌ ଉପରେ ଜବାବ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପ୍ରଚାର ‌ବେ‌ଳେ ଶ୍ରୀ ବିଶ୍ବ ଶର୍ମା ଛତିଶଗଡ଼ର ଏକମାତ୍ର ମୁସଲିମ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ଟାର୍ଗେଟ୍‌ କରି […]

Samaya Live Picture
Published On

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ନିର୍ବାଚନ କମିସନ ନୋଟିସ କରିଛନ୍ତି। ଛତିଶଗଡ଼ରେ ଗତ ୧୮ ତାରିଖରେ ନିର୍ବାଚନ ପ୍ରଚାର ବେଳେ ସେ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କୁ ନୋଟିସ୍‌ କରାଯାଇଛି। ଆସନ୍ତା ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଶର୍ମାଙ୍କୁ ଉକ୍ତ ନୋଟିସ୍‌ ଉପରେ ଜବାବ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପ୍ରଚାର ‌ବେ‌ଳେ ଶ୍ରୀ ବିଶ୍ବ ଶର୍ମା ଛତିଶଗଡ଼ର ଏକମାତ୍ର ମୁସଲିମ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ଟାର୍ଗେଟ୍‌ କରି ଟିପ୍ପଣୀ ଦେଇଥିଲେ। କୱାର୍ଧାଠାରେ ସେ କହିଥିଲେ ଯେଉଁଠାରେ ଜଣେ ଆକବର ପହଞ୍ଚନ୍ତି ତାଙ୍କ ସହ ଶତାଧିକ ଆକବର ଆସନ୍ତି। ତେଣୁ ଆକବରଙ୍କୁ ତୁରନ୍ତ ବିଦା କରିବା ଗୁରୁତ୍ବପୂର୍ଣ୍ଣ। ନଚେତ୍‌ ମାତା କୌଶଲ୍ୟାଙ୍କ ଜମିର ପବିତ୍ରତା ସାଲିସ ହେବ। ତେବେ ମାତା କୌଶଲ୍ୟା ହେଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କ ମାତା। ଆଧୁନିକ ଛତିଶଗଡ଼ ଅଞ୍ଚଳର ସେ ବାସିନ୍ଦା ବୋଲି ବିଶ୍ବାସ ରହିଛି।

Tags: