ହିନ୍ଦୀରେ କହିବାରୁ ନାକେଦମ ହେଲେ ବେଙ୍ଗାଲୁରୁ ଇଞ୍ଜିନିୟର

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର ହିନ୍ଦୀ କହିବାରୁ ହଟହଟା ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ପାଖେଇ ଯିବାପାଇଁ ହିନ୍ଦୀରେ କହିବାରୁ ତାଙ୍କୁ ପାର୍କିଂ ପାଇଁ ଜାଗା ମିଳିଲାନି। ଏନେଇ ସଫ୍ଟୱେର ଇଞ୍ଜିନିୟ ଜଣଙ୍କ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍‌ କରିଛନ୍ତି ଏବଂ କହିଛନ୍ତି, ଇଂରାଜୀ ଏକ ବାଧ୍ୟତାମୂଳକ ଭାଷା ହେବା ଉଚିତ। ଲିଙ୍କେଡଇନ୍‌ ପୋଷ୍ଟ୍‌ରେ ଇଞ୍ଜିନିୟର ଜଣଙ୍କ କହିଛନ୍ତି, ‘ ମୁଁ ଜଣେ ବ୍ୟକ୍ତିଙ୍କୁ ହିନ୍ଦୀରେ ପାଖେଇ ଯିବାପାଇଁ କହିବାରୁ କେବଳ ଏହି କାରଣ ପାଇଁ ଆଜି […]

ହିନ୍ଦୀରେ କହିବାରୁ ନାକେଦମ ହେଲେ ବେଙ୍ଗାଲୁରୁ ଇଞ୍ଜିନିୟର
Samaya Live Picture
Published On

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର ହିନ୍ଦୀ କହିବାରୁ ହଟହଟା ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ପାଖେଇ ଯିବାପାଇଁ ହିନ୍ଦୀରେ କହିବାରୁ ତାଙ୍କୁ ପାର୍କିଂ ପାଇଁ ଜାଗା ମିଳିଲାନି। ଏନେଇ ସଫ୍ଟୱେର ଇଞ୍ଜିନିୟ ଜଣଙ୍କ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍‌ କରିଛନ୍ତି ଏବଂ କହିଛନ୍ତି, ଇଂରାଜୀ ଏକ ବାଧ୍ୟତାମୂଳକ ଭାଷା ହେବା ଉଚିତ। ଲିଙ୍କେଡଇନ୍‌ ପୋଷ୍ଟ୍‌ରେ ଇଞ୍ଜିନିୟର ଜଣଙ୍କ କହିଛନ୍ତି, ‘ ମୁଁ ଜଣେ ବ୍ୟକ୍ତିଙ୍କୁ ହିନ୍ଦୀରେ ପାଖେଇ ଯିବାପାଇଁ କହିବାରୁ କେବଳ ଏହି କାରଣ ପାଇଁ ଆଜି ମତେ ପାର୍କିଂ ସୁବିଧା ମିଳିଲାନି। ଇଂରାଜି କାହିଁକି ଗୁରୁତ୍ବପୂର୍ଣ୍ଣ ଏବଂ ଏହାକୁ ବାଧ୍ୟତାମୂଳକ ଭାଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି, ମହାରାଷ୍ଟ୍ର, କର୍ଣ୍ଣାଟକ କିମ୍ବା ଅନ୍ୟ କୌଣସି ରାଜ୍ୟ ହେଉ ସମସ୍ତେ ଭାଷା ଏବଂ ସଂସ୍କୃତିର ସୁରକ୍ଷା କଥା କହୁଛନ୍ତି । କିନ୍ତୁ ଆପଣମାନେ କ’ଣ ଆପଣଙ୍କ ପିଲାଙ୍କୁ ଆଞ୍ଚଳିକ ଭାଷାରେ ପଢ଼ାଯାଉଥିବା ସ୍କୁଲ୍‌ରେ ଆଡମିସନ୍‌ ଦେଉଛନ୍ତି କି ନା’ ସେମାନେ ଇଂଲିସ ମିଡିୟମ ସ୍କୁଲ୍‌ରେ ପଢ଼ୁଛନ୍ତି। ସେ ପୁଣିଥରେ କହିଛନ୍ତି ଯେ ଯୁବପିଢ଼ିମାନେ ଇଂରାଜି ଭାଷାରେ ଅଧିକ ସହଜ। ଭାଷା ରାଜନୀତିରୁ ଊର୍ଦ୍ଧ୍ବକୁ ଉଠିବାପଇଁ ସେ ଅନୁରୋଧ କରିଛନ୍ତି।

Tags: