ହିଜବୁଲ୍‌ ତାହିରିର୍‌ ସଦସ୍ୟ ଅବଦୁଲ୍ଲାକୁ ୫ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଲେ ଏନ୍‌ଆଇଏ କୋର୍ଟ

ଚେନ୍ନାଇ: ଦେଶ‌ର ସଂହତି ଓ ଏକତା ବିରୋଧୀ କାର୍ଯ୍ୟ ଅପରାଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କୋର୍ଟ ବେଆଇନ ଘୋଷିତ ହିଜବୁଲ ତାହିରିର୍‌ (ହୁତ୍‌)ର ଜଣେ ସଦସ୍ୟକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏନ୍‌ଆଇଏ ପକ୍ଷରୁ ପ୍ରକାଶିତ ପ୍ରେସ୍‌ବାର୍ତ୍ତାରେ, ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟରେ ଅଭିଯୁକ୍ତ ଅବ୍‌ଦୁଲ୍ଲା ଓରଫ ଶ୍ରବଣ କୁମାର ଦୋଷୀ ସାବ୍ୟସ୍ତ ହୋଇଥିବା ଦର୍ଶାଯାଇଛି। ଆଇପିସିର ବିଭିନ୍ନ ଧାରା ଓ ୟୁଏପିଏ ଅନୁସାରେ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ […]

Samaya Live Picture
Published On

ଚେନ୍ନାଇ: ଦେଶ‌ର ସଂହତି ଓ ଏକତା ବିରୋଧୀ କାର୍ଯ୍ୟ ଅପରାଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କୋର୍ଟ ବେଆଇନ ଘୋଷିତ ହିଜବୁଲ ତାହିରିର୍‌ (ହୁତ୍‌)ର ଜଣେ ସଦସ୍ୟକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏନ୍‌ଆଇଏ ପକ୍ଷରୁ ପ୍ରକାଶିତ ପ୍ରେସ୍‌ବାର୍ତ୍ତାରେ, ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟରେ ଅଭିଯୁକ୍ତ ଅବ୍‌ଦୁଲ୍ଲା ଓରଫ ଶ୍ରବଣ କୁମାର ଦୋଷୀ ସାବ୍ୟସ୍ତ ହୋଇଥିବା ଦର୍ଶାଯାଇଛି। ଆଇପିସିର ବିଭିନ୍ନ ଧାରା ଓ ୟୁଏପିଏ ଅନୁସାରେ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଆର୍ଥିକ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଏନ୍‌ଆଇଏ କୋର୍ଟରେ ଦାଖଲ କରିଥିବା ଅଭିଯୋଗ ଫର୍ଦ୍ଦ ଅନୁସାରେ, ବେଆଇନ ସଂଗଠନ ହିଜବୁଲ ତାହିରିର୍‌ ସହ ଅବଦୁଲ୍ଲା ସକ୍ରିୟ ଭାବେ ଜଡ଼ିତ ଥିଲା ଏବଂ ଦେଶରେ ହିଂସା ଘଟାଇବାକୁ ପ୍ରୋତ୍ସାହିତ କରୁଥିଲା। ଏହି ସଂଗଠନର ବିଚାରଧାରାରେ ପ୍ରଭାବିତ ହୋଇ ଦେଶର ଗାଣତାନ୍ତ୍ରିକ ସରକାରକୁ ହଟାଇ ଇସଲାମୀୟ ‘ଖଲିଫା’ ଶାସନ ସ୍ଥାପନ କରିବାକୁ ଉଦ୍ୟମ କରୁଥିଲା। ଏନେଇ ଫେସ୍‌ବୁକ୍‌ରେ ‘ଅବଦୁଲ୍ଲା ଇବିନ୍‌ ସୁବ୍ରମଣ୍ୟମ୍‌’ ନାମକ ଏକ ଆକାଉଣ୍ଟରେ ଦେଶ ବିରୋଧରେ ପୋଷ୍ଟ କରୁଥିଲା ଏବଂ ଭାରତ ସରକାର, ସାଧାରଣ ନାଗରିକଙ୍କ ବିରୋଧରେ ଅପରାଧ ଘଟାଇବାକୁ ଆହ୍ବାନ ଦେଉଥିଲା।

Tags: