ହିଜବୁଲ୍ଲ ଉପରେ ଆଖିବୁଜା ରକେଟ୍ ମାଡ଼ କଲା ଇସ୍ରାଏଲ୍
ନୂଆଦିଲ୍ଲୀ: ଲେବନାନରେ ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲ ଉପରେ ଆକ୍ରମଣ ପୂର୍ବରୁ ଓ୍ୱାର୍ଣ୍ଣିଂ ଦେଇ ଆଖିବୁଜା ରକେଟ୍ ମାଡ଼ କରିଛି ଇସ୍ରାଏଲ। ହିଜବୁଲ୍ଲର ୧୦୦ରୁ ଅଧିକ ଠିକଣା ଉପରେ କରିଛି ରକେଟ୍ ମାଡ଼। ପୂର୍ବରୁ ଲେବନାନ କରିଥିବା ଏୟାର ଷ୍ଟ୍ରାଇକ୍ର ଏଭଳି କିଛି ଦୃଢ଼ ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ। ଏହି ଏୟାରଷ୍ଟ୍ରାଇକ୍ ପରେ ଲେବନାନରେ ଆତଙ୍କ ଖେଳି ଯାଇଛି। ହିଜବୁଲ୍ଲର ଅନେକ କ୍ୟାମ୍ପ ନଷ୍ଟ ହୋଇଯାଇଛି। ତେବେ ଏଥିରେ କେତେଜଣଙ୍କ ମୃତ୍ୟୁ ହୋଇଛି […]
ନୂଆଦିଲ୍ଲୀ: ଲେବନାନରେ ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲ ଉପରେ ଆକ୍ରମଣ ପୂର୍ବରୁ ଓ୍ୱାର୍ଣ୍ଣିଂ ଦେଇ ଆଖିବୁଜା ରକେଟ୍ ମାଡ଼ କରିଛି ଇସ୍ରାଏଲ। ହିଜବୁଲ୍ଲର ୧୦୦ରୁ ଅଧିକ ଠିକଣା ଉପରେ କରିଛି ରକେଟ୍ ମାଡ଼। ପୂର୍ବରୁ ଲେବନାନ କରିଥିବା ଏୟାର ଷ୍ଟ୍ରାଇକ୍ର ଏଭଳି କିଛି ଦୃଢ଼ ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ। ଏହି ଏୟାରଷ୍ଟ୍ରାଇକ୍ ପରେ ଲେବନାନରେ ଆତଙ୍କ ଖେଳି ଯାଇଛି। ହିଜବୁଲ୍ଲର ଅନେକ କ୍ୟାମ୍ପ ନଷ୍ଟ ହୋଇଯାଇଛି। ତେବେ ଏଥିରେ କେତେଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ରିପୋର୍ଟ ମୁତାବକ, ପ୍ରଥମେ ଦକ୍ଷିଣ ଲେବନାନବାସୀଙ୍କୁ ଇସ୍ରାଏଲ ପକ୍ଷରୁ ଆରବୀ ଭାଷାରେ ଚେତାବନୀ ଦିଆଯାଇଥିଲା। ‘ଆମେ ଆପଣଙ୍କ ଘର ନିକଟରେ ଇସ୍ରାଏଲ କ୍ଷେତ୍ରରେ ବଡ଼ ଧରଣର ହମଲା କରିବୁ। ଆପଣମାନେ ଏବେ ବିପଦରେ ଅଛନ୍ତି। ହିଜବୁଲ୍ଲ ଆତଙ୍କବାଦୀ ଦେଶ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହାକୁ ନଜରରେ ରଖି ଏହି ହମଲା ହୋଇଛି। ଆତଙ୍କୀ ଶେଷ କରିବା ଯାଏ ଏହି ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍ ସେନା ଲେବନନବାସୀଙ୍କୁ ଚେତାବନୀ ଦେଇଥିଲା।’ ଏହାପରେ ଇସ୍ରାଏଲ୍ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ସେପଟେ ଇସ୍ରାଏଲ ଆକ୍ରମଣ ଜବାବ ଦେଇଛି ହିଜବୁଲ୍ଲ। ଇସ୍ରାଏଲ ଉପରେ ସବୁଠାରୁ ବଡ ପ୍ରତିଶୋଧ ଆକ୍ରମଣ କରିଛି। ଫଳରେ ମଧ୍ୟପ୍ରାଚ୍ୟ ଦେଶରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିଛି। ଇସ୍ରାଏଲର ଶହ ଶହ ଡ୍ରୋନ୍କୁ ଗୁଳି କରାଯାଇଥିବା କହିଛି ହିଜବୁଲ୍ଲ। ତେବେ ଏହି ଆକ୍ରମଣ ପରେ ଇସ୍ରାଏଲର କେତେ କ୍ଷତି ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ହିଜବୁଲ୍ଲର ଆକ୍ରମଣ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟେବ୍ ଗାଲାଣ୍ଟ ସମଗ୍ର ଦେଶରେ ଏକ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।




