ହିଂସାରେ ପ୍ରାଣ ହାରିଥିବା ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମଣିପୁର ସରକାର

ଇମ୍ଫାଲ୍‌ : ମଣିପୁରରେ ଗତ ମେ’ ୩ ତାରିଖରୁ ଜାରି ରହିଥିବା ସଂଘର୍ଷ ଏବଂ ହିଂସାରେ ପ୍ରାଣ ହାରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାର ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶୃତି ଦିଆଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଖର୍ଚ୍ଚ ବହନ […]

Samaya Live Picture
Published On

ଇମ୍ଫାଲ୍‌ : ମଣିପୁରରେ ଗତ ମେ’ ୩ ତାରିଖରୁ ଜାରି ରହିଥିବା ସଂଘର୍ଷ ଏବଂ ହିଂସାରେ ପ୍ରାଣ ହାରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାର ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶୃତି ଦିଆଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଖର୍ଚ୍ଚ ବହନ କରିବେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ସହ ବୈଠକ ପରେ ଏହି କ୍ଷତିପୂରଣ ଦେବା ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି। ଅମିତ ଶାହ ଏବେ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ଶାହ ଆଜି ରାଜ୍ୟରେ ମହିଳା ନେତାମାନଙ୍କୁ ଭେଟିଛନ୍ତି। ଉଲ୍ଖେଖଯୋଗ୍ୟ ଯେ ମଣିପୁର ହିଂସାରେ ମୃତ୍ୟୁସଂଖ୍ୟା ୮୦ ପହଞ୍ଚିଛି।

Tags: