ହାୱାଇ ବନାଗ୍ନି ମୃତ୍ୟୁସଂଖ୍ୟା ୧୦୦ ଟପିଲା
ଲାହାଇନା: ଆମେରିକାର ଦ୍ବୀପରାଜ୍ୟ ହୱାଇର ମୌଇ ଦ୍ବୀପରେ ଚଳିତ ସପ୍ତାହରେ ଭୟଙ୍କର ବନାଗ୍ନି ଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଇତିହାସରେ ଏପରି ବନାଗ୍ନି ଗତ ୧୦୦ ବର୍ଷରେ ଦେଖାଯାଇ ନ ଥିଲା ବୋଲି କୁହାଯାଉଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି ଏବଂ ଆହୁରି ଅଧିକ ମୃତ ବ୍ୟକ୍ତିଙ୍କ ସନ୍ଧାନ ମିଳିପାରେ ବୋଲି ରାଜ୍ୟ ଗଭର୍ଣ୍ଣର ଜୋଶ ଗ୍ରୀନ ଶନିବାର କହିଛନ୍ତି। ହାୱାଇ କେବେ ବି ଏଭଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଦେଖି ନ ଥିଲା। ମିଳିଥିବା ୯୧ଟି ଶବ […]
ଲାହାଇନା: ଆମେରିକାର ଦ୍ବୀପରାଜ୍ୟ ହୱାଇର ମୌଇ ଦ୍ବୀପରେ ଚଳିତ ସପ୍ତାହରେ ଭୟଙ୍କର ବନାଗ୍ନି ଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଇତିହାସରେ ଏପରି ବନାଗ୍ନି ଗତ ୧୦୦ ବର୍ଷରେ ଦେଖାଯାଇ ନ ଥିଲା ବୋଲି କୁହାଯାଉଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି ଏବଂ ଆହୁରି ଅଧିକ ମୃତ ବ୍ୟକ୍ତିଙ୍କ ସନ୍ଧାନ ମିଳିପାରେ ବୋଲି ରାଜ୍ୟ ଗଭର୍ଣ୍ଣର ଜୋଶ ଗ୍ରୀନ ଶନିବାର କହିଛନ୍ତି। ହାୱାଇ କେବେ ବି ଏଭଳି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଦେଖି ନ ଥିଲା। ମିଳିଥିବା ୯୧ଟି ଶବ ମଧ୍ୟରୁ ମାତ୍ର ଦୁଇ ଜଣଙ୍କୁ ଚିହ୍ନଟ କରାଯାଇ ପାରିଛି। ଦଗ୍ଧ ଶବକୁ ଚିହ୍ନଟ କରିବା କଷ୍ଟସାଧ୍ୟ ବୋଲି ସେ କହିଛନ୍ତି। ଲୁହାକୁ ତରଳାଇ ଦେଇ ପାରୁଥିବା ବନାଗ୍ନିରେ ମୃତ ଲୋକଙ୍କ ହାଡ଼ର ଅସ୍ତିତ୍ବ ରହିବା ବି ଅସମ୍ଭବ। ଏ ଅବସ୍ଥାରେ ଶବଗୁଡ଼ିକୁ ଚିହ୍ନଟ କରିବା ପାଇଁ ବ୍ୟାପକଭାବେ ଡିଏନ୍ଏ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ପଶ୍ଚିମ ମୌଇ ଜିଲ୍ଲାରେ ବନାଗ୍ନି ଦ୍ବାରା ଅତି କମ୍ରେ ୨,୨୦୦ କୋଠାଘର ନଷ୍ଟ ହୋଇଛି, ଯେଉଁଗୁଡ଼ିକ ମଧ୍ୟରୁ ୮୬ ପ୍ରତିଶତ ହେଉଛି ଆବାସିକ ଘର। ଏଯାବତ୍ ଦ୍ବୀପରାଜ୍ୟରେ ୬୦୦ କୋଟି ଡଲାରର କ୍ଷୟକ୍ଷତି ଘଟିଛି। ଏହି କ୍ଷତି ଭରଣା ପାଇଁ ବହୁବର୍ଷ ଲାଗିବ ବୋଲି ସେ କହିଛନ୍ତି।




