ହାଫିଜକୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନକୁ କାଗଜପତ୍ର ପଠାଇଛୁ : ଏମ୍ଇଏ

ନୂଆଦିଲ୍ଲୀ : ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ ସୟିଦକୁ ପ୍ରତ୍ୟର୍ପଣ କରିବାପାଇଁ ଭାରତ ଆନୁଷ୍ଠାନିକ ଭାବେ ପାକିସ୍ତାନକୁ ଅନୁରୋଧ କରିଛି। ଭାରତ ଏନେଇ ପାକିସ୍ତାନକୁ କାଗଜପତ୍ର ପଠାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ପାକିସ୍ତାନ ଏହାର ରାଷ୍ଟ୍ରୀୟ ନୀତି ଆଧାରରେ ଆତଙ୍କବାଦୀ ଗୋଷ୍ଠୀକୁ ଅଧିକ ପ୍ରୋତ୍ସାହିତ କରୁଛି। ତେବେ ଭାରତ ଏଦିଗକୁ ଅତି ଭଲଭାବେ ଯାଞ୍ଚ କରୁଛି। କାରଣ ଆଞ୍ଚଳିକ ସୁରକ୍ଷା ଉପରେ ଏହାର […]

Samaya Live Picture
Published On

ନୂଆଦିଲ୍ଲୀ : ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ ସୟିଦକୁ ପ୍ରତ୍ୟର୍ପଣ କରିବାପାଇଁ ଭାରତ ଆନୁଷ୍ଠାନିକ ଭାବେ ପାକିସ୍ତାନକୁ ଅନୁରୋଧ କରିଛି। ଭାରତ ଏନେଇ ପାକିସ୍ତାନକୁ କାଗଜପତ୍ର ପଠାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ପାକିସ୍ତାନ ଏହାର ରାଷ୍ଟ୍ରୀୟ ନୀତି ଆଧାରରେ ଆତଙ୍କବାଦୀ ଗୋଷ୍ଠୀକୁ ଅଧିକ ପ୍ରୋତ୍ସାହିତ କରୁଛି। ତେବେ ଭାରତ ଏଦିଗକୁ ଅତି ଭଲଭାବେ ଯାଞ୍ଚ କରୁଛି। କାରଣ ଆଞ୍ଚଳିକ ସୁରକ୍ଷା ଉପରେ ଏହାର ଅତି ସାଂଘାତିକ ପ୍ରଭାବ ପଡ଼ିବ। ହାଫିଜ ସୟିଦ ହେଉଛି ଆତଙ୍କବାଦୀ ଗୋଷ୍ଠୀ ଏଲ୍ଇଟି (ଲସ୍କର ଏ ତୋଏବା)ର ଆତଙ୍କବାଦୀ। ୨୬/୨୧ ମୁମ୍ବାଇ ଆକ୍ରମଣର ସେ ମାଷ୍ଟରମାଇଣ୍ଡ୍। ହାଫିଜ ହେଉଛି ଜାତିସଂଘ ଦ୍ବାରା ଘୋଷିତ ଆତଙ୍କବାଦୀ।

Tags: