ହାଥ୍‌ରସ ଦଳାଚକଟା ମାମଲାରେ ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହାଥ୍‌ରସରେ ଏକ ସତ୍‌ସଙ୍ଗ ସମୟରେ ଦଳାଚକଟା ହୋଇ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ପକ୍ଷରୁ ରାଜ୍ୟ ଗୃହ ବିଭାଗ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ୩୦୦ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଛନ୍ତି। ଆଗ୍ରା ପୁଲିସ ଏଡିଜି ଅନୁପମ କୁଳକ୍ଷେତ୍ର ଏବଂ ଆଲିଗଡ଼ ଡିଭିଜନାଲ କମିସନର ଚୈତ୍ର ଭି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ମାମଲାରେ ସତ୍‌ସଙ୍ଗ ସ୍ଥଳରେ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହାଥ୍‌ରସରେ ଏକ ସତ୍‌ସଙ୍ଗ ସମୟରେ ଦଳାଚକଟା ହୋଇ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ପକ୍ଷରୁ ରାଜ୍ୟ ଗୃହ ବିଭାଗ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ୩୦୦ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଛନ୍ତି। ଆଗ୍ରା ପୁଲିସ ଏଡିଜି ଅନୁପମ କୁଳକ୍ଷେତ୍ର ଏବଂ ଆଲିଗଡ଼ ଡିଭିଜନାଲ କମିସନର ଚୈତ୍ର ଭି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ମାମଲାରେ ସତ୍‌ସଙ୍ଗ ସ୍ଥଳରେ ନିୟୋଜିତ ପୁଲିସଙ୍କ ସହ ୧୨୮ ସାକ୍ଷୀଙ୍କର ବୟାନ ରେକର୍ଡ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଅସମ୍ଭାଳ ଭିଡ଼ ଦଳାଚକଟାର ମୁଖ୍ୟ କାରଣ। ଉତ୍ତରପ୍ରଦେଶ ସରକାର ଏସ୍‌ଆଇଟି ରିପୋର୍ଟ ଆଧାରରେ ଜଣେ ସ୍ଥାନୀୟ ଏସଡିଏମ୍‌ ଏବଂ ଜଣେ ପୁଲିସ ସର୍କଲ ଅଫିସର ଓ ଅନ୍ୟ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି। ସ୍ଥାନୀୟ ପ୍ରଶାସନର କେତେକ ତ୍ରୁଟି ପାଇଁ ଏଭଳି ସ୍ଥିତି ଉପୁଜିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦଳାଚକଟା ପାଇଁ ରିପୋର୍ଟରେ ସତ୍‌ସଙ୍ଗ ପରିଚାଳକଙ୍କୁ ଦାୟୀ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସେମାନେ ପ୍ରସ୍ତୁତି କରିନଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ଉକ୍ତ କାର୍ଯ୍ୟକ୍ରମକୁ ଏତେ ଗୁରୁତ୍ବର ସହ ନେଇନଥିଲେ ଏବଂ ବରିଷ୍ଠ ଅଧିକାରୀଙ୍କୁ ଏନେଇ କୌଣସି ସୂଚନା ଦେଇନଥିଲେ।

Tags: